Odiapua.com

ପିକଅପ ଭ୍ୟାନ ଓଲଟି ଜଣେ ମୃତ,୧୦ଆହତ, ୩ ଗୁରୁତର

ମାଲକାନଗିରି,୮ା୧୧(ଓଡିଆ ପୁଅ)  ମାଲକାନଗିରି ଥାନାସ୍ଥ ଚମ୍ପାଖାରି ନିକଟରେ ପିକଅପ ଭ୍ୟାନ ଓଲଟି ଜଣଙ୍କର ମୃତ୍ୟୁ ହେବାସହିତ ୧୦ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ମାଲକାନଗିରି ପୁଲିସ ପହଁଚି ଆମ୍ବୁଲାନ୍ସ ଯୋଗେ ମୃତ ଆହତ ମାନଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ହସପିଟାଲକୁ ନେଇଥିଲେ ।ନବରଙ୍ଗପୁର ଜିଲ୍ଲାପାପଡାହାଣ୍ଡି ଥାନାସ୍ଥ ମୁଣ୍ଡାଗୁଡା ଗ୍ରାମର ୧୦ଜଣ ଶ୍ରମିକ ଗତ ୧ତାରିଖରେ ମାଲକାନଗିରି ଜିଲ୍ଲାକୁ  କାମକରିବାକୁ ଆସିଥିଲେ ,ବୁଧବାର ଦିନ ଦୀପାବଳି ଥିବାରୁ ନିଜ ଗାଁକୁ ପିକଅପ ଭ୍ୟାନ ରେ ଫେରୁଥିଲେ , ଚମ୍ପାଖାରି ନିକଟ ବୁଲାଣି ରାସ୍ତାରେ  ଉକ୍ତଭ୍ୟାନ ଷ୍ଟ୍ରିୟରିଂ ଲକ ହୋଇଯବିାରୁ ଗାଡିଟି ରାସ୍ତା ତଳକୁ ଓଲଟି ପଡି ଦୁଇଥର ପାଲଟି ଖାଇଥିଲା ।

ଗାଡିରେ ବସିଥିବା ସମସ୍ତ ଶ୍ରମିକମାନେ ରାସ୍ତାରେ ଛଟିକି ପଡିଥିଲେ ।ତ୍ରୀଲୋଚନ ଜାନି(୨୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଥଇଳ ଜାନି,ମାଧବ ଜାନି,ସଦା ଜାନି ଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ନରଜାନି,ରାକିଜାନି,ରଘୁଜାନି,ଦଶରଥଜାନି,ଦୈନଜାନି ଓ ଗାଡିଚାଳକ ବୁଲୁବେହେରା ଆହତ ହୋଇ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଗାଡିଟିକୁ ଜବତ କରି ଏହି ଦୁର୍ଘଟଣା ସଂପର୍କରେ ତଦନ୍ତ ଚଳାଇଛନ୍ତି ।