Odiapua.com

ପିକଅପ ଭ୍ୟାନ୍ ଦୁର୍ଘଟଣାରେ ଜଣେ ମୃତ

ପାଳଲହଡା,୧୩/୧୨(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଉପରେ ଥିବା ଏକ ଡିଭାଇଡାର ଉପରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଚଢ଼ିଯିବାରୁ ତାହା ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଥିବା ଶରତ ବେହେରା(୩୦) ନାମକ ଯୁବକ ଉପରେ ଗାଡ଼ି ଚାପି ହୋଇ ଯାଇଥିଲା,ଫଳରେ ଘଟଣାସ୍ଥଳରେ ଶରତ ବେହେରାଙ୍କ ମୂତ୍ୟୁ ଘଟିଥିଲା। ମୃତ ଶରତ ବେହେରାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବାହାଲୁଣ୍ଡା ଗ୍ରାମର l ସେ ହରି ବେହେରାଙ୍କ ପୁଅ ବୋଲି ପ୍ରାଥମିକ ସୂତ୍ରରୁ ଜଣା ପଡ଼ିଛି।ଦୃଘଟଣା ଗାଡ଼ିକୁ ଖମାର ପୋଲିସ ଜବତ କରିବା ସହ ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଛି।