Odiapua.com

ପିକଅପ୍ ଭ୍ୟାନ ଧକ୍କାରେ ବୃଦ୍ଧ ମୃତ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାର ବାହାରପାଳ ଗ୍ରାମ ନିକଟରେ ମଙ୍ଗଳବାର ସକାଳେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ବାହାରପାଳ ଗ୍ରାର ପୁରସ୍ତମ ଜେନା (୭୦) ଗଦି ବଜାରରୁ ଘରକୁ ଫେରୁଥିଲେ । ଏହି ସମୟରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ପିକଅପ୍ ଭ୍ୟାନ (ନଂ- ଓଡି୦୧ଡବ୍ଲୁ୦୨୩୭) ବୃଦ୍ଧ ପୁରସ୍ତମଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପୁରସ୍ତମଙ୍କୁ ତିହିଡ଼ି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏ ସମ୍ପର୍କରେ ପୀରହାଟ ପୁଲିସ ୧୩୯/୨୩ରେ ଏକ ମକଦ୍ଦମା ରୁଜୁ କରି ପିକଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଗାଡ଼ି ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି ।