Odiapua.com

ପିକଅପକୁ ଧକ୍କାମାରିଲା ଟ୍ରକ, ଟ୍ରକ ଚାଳକ ଗୁରୁତର

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ରାହାଞ୍ଜ ଛକ ନିକଟରେ ଅପରାହ୍ନ ୨ଟା ସମୟରେ ଏକ ପିକ ଅପକୁ ଟ୍ରକ ଧକ୍କା ଦେଇଥିବା ବେଳେ ଟ୍ରକ ଡ୍ରାଇଭର ଆହତ ହୋଇ ଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ଓଡି ୦୪ଟି ୫୫୩୭ ପାଣି ବୋତଲ ବୋଝେଇ ପିକଅପ ଭେନର ଚକା ଫାଟି ଯାଇଥିବାରୁ ଗାଡିକୁ ରାହାଞ୍ଜ ଛକ ଠାରେ ରଖି ଟାୟାର ମରାମତି ପାଈଁ ଡ୍ରାଇଭର ଯାଇଥିବା ବେଳେ ପଛ ପଟୁ ଆସୁଥିବା ଏକ ଟ୍ରକ (ଓଡି ୧୪ ଆର ୧୧୩୨) ଧକ୍କା ମାରିଥିଲା। ଗାଡି ଧକ୍କା ପରେ ଟ୍ରକ ମଧ୍ୟରେ ଚାପି ହୋଇ ରହିଥିବା ଚାଳକକୁ ସ୍ଥାନୀୟ ଲୋକେ ବହୁ କଷ୍ଟରେ ବାହାରକୁ ଆଣିଥିଲେ। ଗୁରୁତର ଆହତକୁ ଆମ୍ବୁଲାନ୍ସ ସହାୟତାରେ ଭଦ୍ରକ ମେଡିକାଲକୁ ପଠାଯାଇଥିବା ବେଳେ ହାଇୱେ ପେଟ୍ରୋଲିଙ୍କ ଗାଡି ଆସି ରାସ୍ତା ପରିଷ୍କାର କରିବା ପରେ ଗାଡି ଯିବା ଆସିବା କରିଥିବା ଜଣାପଡିଛି।