Odiapua.com

ପିଏ ଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଂଗ୍ରେସଦଳର ମାଲକାନଗିରି ଥାନା ଆଗରେ ଧାରଣା,ଜିଲ୍ଲାପାଳଙ୍କ ବିରୋଧରେ ଏତଲା

ମାଲକାନଗିରି,୬ା୧(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା ପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ଙ୍କ ମୃତ୍ୟୁପାଇଁ ମାଲକାନଗିରି ଜିଲ୍ଲାପାଳ ଙ୍କୁ ଦାୟୀକରି ଓ ତାଙ୍କୁ  ଗିରଫ ଦାବୀକରି ପିସିସି କାର୍ଯ୍ୟକାରୀ ସଭାପତି ତଥା ପୁର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଆଜି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜି ଅପରାହ୍ନରେ ଶ୍ରୀ ମାଝୀଙ୍କ ନେତୃତ୍ୱରେ  କଂଗ୍ରସ କର୍ମୀ ଓ ଶତାଧିକ ମହିଳା ପରୁଷ ମାନେ ଜିଲ୍ଲାପାଳ ଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାକଂଗ୍ରସ ଭବନ ଠାରୁ ବିରାଟ ସୋଭାଯାତ୍ରା ରେ ବାହାରି  ମାଲକାନଗିରି ଆଦର୍ଶ ଥାନା ଭିତରକୁ ଧସେଇ ପସିଯାଇଥିଲେ । ଥାନା ବାରଣ୍ଡାରେ ସମସ୍ତ କଂଗ୍ରେସ କର୍ମୀ ମାନେ ଧାରଣାରେ ବସି ଜିଲ୍ଲାପାଳଙ୍କୁ ଗିରଫକରିବା ପାଇଁ ଦାବିକରିଥିଲେ । ପିଏ ଦେବନାରାୟଣ ପଣ୍ଡା ଜିଲ୍ଲାପାଳଙ୍କ ସମସ୍ତ ଦୁର୍ନିତୀର ବିଷୟ ଜାଣିଥିବାରୁ ସେ ଦୁର୍ନିତୀ ବିଷୟରେ କାଳେ ବାହାରେ ପ୍ରକଟ କରିଦେବେ ଭାବି ଜିଲ୍ଲାପାଳ ପିଏ ଶ୍ରୀ ପଣ୍ଡାଙ୍କୁ କାରଣ ଦର୍ଶାଅ ନୋଟିସ  ଜାରି କରିବାସହ ତାଙ୍କୁ ମାନଶିକସ୍ତରରେ ନିର୍ଯ୍ୟାତନା ଦେଉଥିବାରୁ ମାନଶିକ ଭାରସାମ୍ୟ ହରାଇ ଶ୍ରୀ ପଣ୍ଡା ବାଧ୍ୟହୋଇ ସତୀଗୁଡା ଜଳଭଣ୍ଡାରରେ ଆତ୍ମହତ୍ୟାକରିଛନ୍ତି,ତାଙ୍କ ମୃତ୍ୟୁ ପାଇଁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଦାୟୀ ଏହାର ତଦନ୍ତ କରି ତାଙ୍କୁ ଗିରଫ କରିବା ପାଇଁ ଦାବିକରି  ପିସିସି କାର୍ଯ୍ୟକାରୀ ସଭାପତି  ପ୍ରଦୀପ ମାଝୀ  ଜିଲ୍ଲାପାଳଙ୍କ ବିରୋଧରେ ଏକ ଏତଲା ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ଙ୍କୁ ପ୍ରଦାନକରିଛନ୍ତି । ଏହି ଆନ୍ଦୋଳନରେ ଜିଲ୍ଲାକଂଗ୍ରେସ ଦଳର ବରିଷ୍ଠ ନେତା ରାମପ୍ରସାଦ ପଟନାୟକ, ମାଲାମାଢୀ, ପର୍ଶୁରାମଭକ୍ତ,ଜି.ଶ୍ରୀ ନିବାସ ରାଓ ,ପ୍ରଣକୃଷ୍ଣ ମଣ୍ଡଳ,ଭୀମବାରସେ,ପି.କେଶୁ ରାଓ,ମୈସୁମ ଖାନ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୧୦ତାରିଖରେ ଜିଲ୍ଲା ରେ ବନ୍ଦ ଡାକରା ଦିଆ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଶ୍ରୀମାଝୀ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏ ସଂପର୍କରେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି ଗତ୨୮ତାରିଖରେ ଜଳଭଣ୍ଡାରରୁ  ପିଏ ଶ୍ରୀ ପଣ୍ଡା ଙ୍କ ମୃତଶରୀର ଉଦ୍ଧାର ହେବାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବବ୍ୟବଛେଦ କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁକରାଯାଇ ନିରପକ୍ଷ ତଦନ୍ତ ଚାଲିଛି,ସୁଚନା ଯୋଗ୍ୟ ଯେ ମାଲାକନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡା ଗତ୨୭ତାରିଖରେ ନିଖୋଜ ହୋଇଯାଇ ଥିଲେ, ତାଙ୍କ ମୃତ ଶରୀରର ଗତ୨୮ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରୁ ପୁଲିସ ଉଦ୍ଧାର କରି ଶବବ୍ୟବଛେଦ ପରେ ତାଙ୍କପରିବାରଙ୍କୁ ହସ୍ତାନ୍ତର କରିଥିଲେ, ଏ ସଂପର୍କ ଏକ ଅପମୃତ୍ୟୁମାମଲା ରୁଜୁକରି ତଦନ୍ତ ଚଳାଇଥିବାର ଜଣାପଡିଛି ,