Odiapua.com

ପିଆଜ ବୋଝେଇ ଟ୍ରକରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଜପତି/ମୋହନା, ୦୧/୦୮(ଓଡ଼ିଆ ପୁଅ/ହନୀ ବିଷୋୟୀ) ମୋହନା ପୋଲିସ ଚାନ୍ଦିପୁଟ ଲୁହାଗୁଡି ରାସ୍ତା ନିକଟରେ ଏକ ପିଆଜ ବୋଝେଇ ଟ୍ରକ ରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯିବା ଜଣାପଡିଛି। ଗଜପତି ଏସ୍-ପି ତପନ କୁମାର ପଟ୍ଟନାୟକ ଓ ଏସ୍-ଡି-ପି-ଓ ଅଶୋକ କୁମାର ମହାନ୍ତି ଙ୍କ ନିର୍ଦ୍ଦେଶକ୍ରମେ ମୋହନା ପୋଲିସ ଚାନ୍ଦିପୁଟ ଲୁହାଗୁଡି ରାସ୍ତା ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ୧୮ଚକିଆ ଟ୍ରକ (ଓଆର୍ ୧୪ ଡବଲ୍ୟୁ ୭୨୭୭) ରେ ପିଆଜ ବୋଝେଇ ହୋଇ ଯାଉଥିଲା ମୋହନା ପୋଲିସର ସନ୍ଦେହ ହେବା ଫଳରେ ଗାଡ଼ି ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ି ର ପିଆଜ ବସ୍ତା ତଳେ ୩୮ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରାଯାଇଛି। ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଙ୍କ ସୂଚନା ମୁତାବକ ଏହି ୩୮ଟି ବସ୍ତା ରୁ ୧୦୫୭.୫କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଏ ନେଇ ମୋହନା ଥାନାରେ ୧୨୦/୨୦ରେ ମାମଲା ରୁଜୁ କରାଯାଇ ବିହାର ରାଜ୍ୟର ନିକିଲ କୁମାର (୨୩) ଓ ଅନୁରାଗ କୁମାର (୨୦) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।