Odiapua.com

ପାସ୍ ୱାର୍ଡ ପାଇଁ ଭଉଣୀର ତଣ୍ଟି ଚିପି ହତ୍ୟା

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବଡ଼ ଭଉଣୀକୁ ହତ୍ୟା କରିବା ଅଭିଯୋଗରେ ଜଣେ ୧୮ ବର୍ଷୀୟ ନାବାଳକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ସୂଚନା ମୁତାବକ, ପାଖାପାଖି ୨ ବର୍ଷ ପୂର୍ବରୁ ୱାଇଫାଇ ପାସୱାର୍ଡକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସାନ ଭାଇ ଉତକ୍ଷିପ୍ତ ହୋଇ ବଡ଼ ଭଉଣୀକୁ ହତ୍ୟା କରିଦେଇଥିଲା। ଆମେରିକାର ଜର୍ଜିଆରେ ରହୁଥିବା କେବନ୍ ୱାଟାକିନ୍ସ ୨୦ ବର୍ଷୀୟା ଭଉଣୀର ତଣ୍ଟି ଚିପି ହତ୍ୟା କରିଥିଲେ। ନିମ୍ନ ଅଦାଲତରେ ମାମଲାର ଶୁଣାଣି ପରେ କେବନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ତେବେ ମୋବାଇଲ ଇଣ୍ଟରନେଟ ସ୍ପିଡ ଧିମା ହେବା କାରଣରୁ କେବନ ୱଇଫାଇର ପାସୱର୍ଡ ବଦଳାଇ ଦେଇଥିଲେ । ଯାହା ଦ୍ବାରା ସେ ଏକା ହିଁ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଏହାକୁ ନେଇ କେବନଙ୍କର ତାଙ୍କ ମା ଙ୍କ ସହ ଝଗଡା ହୋଇଥିଲା । ପରେ ତାଙ୍କ ଭଉଣୀ ମଝିରେ ଆସିବାରୁ ସେ ରାଗରେ ଭଉଣୀର ତଣ୍ଟି ଚିପି ହତ୍ୟା କରିଥିଲେ ।