Odiapua.com

ପାଳିତ ହେଲା ମହୋଦଧି ଦିବସ : ମହୋଦଧିର ସୁରକ୍ଷା ଓ ପବିତ୍ରତା ପାଇଁ ଏକାଠି ହେଲେ ସଙ୍ଗଠନ

ପୁରୀ ୧୨-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ସ୍ଵେଚ୍ଛାସବୀ ସଂଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ସ୍ଥାନୀୟ ନୀଳାଦ୍ରି ବିଚ୍ ଠାରେ ମହୋଦଧି ଦିବସ ପାଳିତ ହୋଇଛି। ପୁରୀ ଜିଲ୍ଲାର ୧୦ ରୁ ଉର୍ଦ୍ଧ ଅଗ୍ରଣୀ ଅନୁଷ୍ଠାନକୁ ନେଇ ଆରମ୍ଭ ହୋଇଥିବା ଅନୁଷ୍ଠାନ ଦି ବେଲ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପତାକା ଉତ୍ତୋଳନ ପୂର୍ବକ ବେଲ୍ ଅନୁଷ୍ଠାନର ଲୋଗୋ ଉନ୍ମୋଚନ କରାଯାଇଥିଲାଏବଂ ସ୍କୁଲ୍ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସ୍ୱଚ୍ଛତା ସଂପର୍କୀତ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶାର୍ମ ଅନୁଷ୍ଠାନର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ବର୍ତ୍ତମାନ ସମୟରେ ମହୋଦଧି ଦିବସ ଦିବସ ଭଳି ଏକ ରଚନାତ୍ମକ ଚିନ୍ତା ଧାରାରେ ସାମିଲ୍ ହେଇ ସମୁଦ୍ରର ସ୍ୱଚ୍ଛତା ଓ ପବିତ୍ରତା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ପୁରୀ ଷ୍ଟେଟ୍ ବ୍ୟାଙ୍କ୍ ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ପ୍ରଦୀପ୍ତ କୁମାର ଓଝା ସମାଜ ବିକାଶ ରେ ସ୍ୱେଚ୍ଚାସେବୀ ଓ ଅନୁଷ୍ଠାନ ମାନଙ୍କ ବିଶେଷ ଭୂମିକା ରହିଛି ଏବଂ ଶ୍ରୀକ୍ଷେତ୍ର ବିକାଶ ଓ ମହୋଦଧିର ସ୍ୱଚ୍ଛତା ରେ ସମସ୍ତେ ସାମିଲ୍ ହେଲେ ପୁରୀ ଭାରତ ଶ୍ରେଷ୍ଠ ସହର ରୂପେ ପରିଗଣିତ ହୋଇ ପାରିବ ବୋଲି କହିଥିଲେ। ଏହି ଅବସର ସମୁଦ୍ର ଜୀବନ ରକ୍ଷକ ଶ୍ରୀ ଆର୍ ପ୍ରକାଶ, ଶ୍ରୀ ଜି ସହଦେବ ଓ ବେଳାଭୂମି ସଫେଇ କରମଚାରି ବି ଦେବୀଙ୍କୁ ଅନୁଷ୍ଠାନ ତରଫରୁ ସେମାନଙ୍କ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ଆୟୋଜିତ ବିଲାଭୂମି ଓ ସାମୁଦ୍ରିକ ଜିବଙ୍କ ସୁରକ୍ଷା ଶୀର୍ଷକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀ ରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଦୁଦୁଲ୍ ମହାନ୍ତି, ସ୍ୱରୂପ ନନ୍ଦ ଏବଂ ଆଦିତା ଚୌଧୁରୀ ଯଥା କ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅଥିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇ ଥିଲେ।ନିର୍ମାଣ ଅନୁଷ୍ଠାନ ର ସମ୍ପାଦକ ତଥା ଏହି ମିଳିତ ମଞ୍ଚ ଦି ବେଲ୍ ର ଆବାହକ ଶ୍ରୀ ସିଦ୍ଧାର୍ଥ ରାୟ ପ୍ରାରମ୍ଭରେ ଅନୁଷ୍ଠାନ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଥିବା ବେଳେ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ମଞ୍ଚ ସଞ୍ଚାଳନ କରିଥିଲେ ଏବଂ ଗ୍ରୀନ ଅମ୍ବ୍ରେଲା ଫାଉଣ୍ଡେସନ ର ସଭାପତି ରତ୍ତିକାନ୍ତ୍ ପ୍ରତିହାରୀ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ କ୍ରମକୁ ସଂକଳ୍ପ ଫାଉଣ୍ଡେସନ ର ସଭାପତି ସୁଚରିତା ପାଢ଼ୀ, କଳିଙ୍ଗ ସର୍ଫେଶ୍ ଲାଇଫ ସେଭେଇଂ ସୋସାଇଟି ର ସମ୍ପାଦକ ହ୍ଯାରି ରାଓ, ସାଇ ଉଦୟ ଟ୍ରଷ୍ଟ ର ରାଜ କିଶୋର ପାତ୍ର, ସମର୍ପଣ ଟ୍ରଷ୍ଟ ର ବ୍ରଜକିଶୋର ସାହୁ, ଆମ ଶ୍ରୀକ୍ଷେତ୍ର ବାସି ଅନୁଷ୍ଠାନ ର ଶଙ୍କର ପଣ୍ଡା, ବୋଧି ଚକ୍ର ର ରମା ବଲଭ୍ ମହା ପାତ୍ର, ଶ୍ରୀକ୍ଷେତ୍ର ଦୀବ୍ୟାଙ୍ଗ୍ ସେବା ସଙ୍ଗଠନ ର ଗଜଲକ୍ଷ୍ମୀ ରାଏ ଦି ମି ର ର ସଞ୍ଜୟ କୁମାର ପ୍ରଧାନ ପ୍ରଭୃତି ପରିଚାଳନା କରି ଥିଲେ।