ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୬ତାରିଖ ଦିନ ଦିବା ୯ଘଟିକା ସମୟରେ ଭଦ୍ରକ ଜିଲ୍ଲା ଅବସର ପ୍ରାପ୍ତ ସୈନିକ ସଂଘର ଜିଲ୍ଲା ମୁଖ୍ୟ ସ୍ଥାୟୀ କାର୍ଯ୍ୟାଳୟ ବାଘୁରାଇ(ପି.ଏଚ୍.ସି) ସମ୍ମୁଖରେ ପାଳନ କରାଯିବ। ସମସ୍ତ ଭେଟେରାନ୍ ବୀରନାରୀମାନଙ୍କୁ ଅନୁରୋଧ ଧାର୍ଯ୍ୟ ସମୟରେ ଉପସ୍ଥିତ ହୋଇ କାର୍ଗିଲ୍ ଯୁଦ୍ଧରେ ଦେଶପାଇଁ ଜୀବନ ଦାନ କରିଥିବା ବୀର ସହିଦ୍ ସୈନିକ ମାନଙ୍କୁ ଅମର ଜବାନ୍ ପ୍ରତୀକ ଠାରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ। ଏଥିସହ ତାଙ୍କ ପରିବାରବର୍ଗର କୁଶଳତା ପାଇଁ ନିରବ ପ୍ରାର୍ଥନା କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେବେ। ତେଣୁ ସମସ୍ତ ଭେଟେରାନ୍ ମାନେ ସଂଘର ସ୍ଥାୟୀ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହି ଏହି ବିଜୟ ଦିବସକୁ ସାଫଲ୍ୟ କରାଇବା ପାଇଁ ସଂଘର ସାଧାରଣ ସଂପାଦକ ଅଶୋକ କୁମାର ପାତ୍ର ନିବେଦନ କରିଛନ୍ତି।