ପୁରୀ, ୨୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶନିବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପାର୍ଶ୍ୱପରିବର୍ତ୍ତନ ନୀତି ସଂପର୍ଣ୍ଣ ହୋଇଛି। ଶ୍ରୀଜିଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ଏକ ମହାଯାତ୍ରା। ଯେତେବେଳେ ମହାପ୍ରଭୁଙ୍କର ଆଷାଢ ଶୁକ୍ଲ ଏକାଦଶୀ ତଥିରେ ଦକ୍ଷିଣକୁ ମୁହଁ କରି ଶୋଇଥାନ୍ତି। ଶନିବାର ମହାପ୍ରଭୁଙ୍କ ଶେଷ ବଲ୍ଲଭ ଭୋଗ ଓ ରତ୍ନ ସିଂହାସନ ରେ ଶେଷ ହୋଇଥାଏ। ସେତେବେଳେ ମହାପ୍ରଭୁ ଙ୍କ ଶୟନ କକ୍ଷ ମୁଦ ରଖାଯାଇ ଠାକୁରଙ୍କ ଉପରେ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା। ପରେ ବନ୍ଦାପନା ନୀତି ଶେଷ କରାଯାଇ ଠାକୁରଙ୍କୁ ମୁଖାରବିନ୍ଦକୁ ଉତର ମୁହାଁ କରାଯାଇଥିଲା। ଏହାକୁ ପାର୍ଶ୍ୱପରିବର୍ତ୍ତନ ନୀତି କୁହାଯାଇଥାଏ।