Odiapua.com

ପାର୍ବତୀ ବିଶ୍ୱାଳ ସ୍ମୃତି ସଂସଦ ଗଠିତ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଗନ୍ନାଥପୁର ନ୍ୟୁ କଲୋନୀ ପାର୍ବତୀ ନିଳୟ ଠାରେ ୰ ପାର୍ବତୀ ବିଶ୍ୱାଳ ସ୍ମୃତି ସଂସଦ ପାଇଁ କର୍ମକର୍ତ୍ତା ମନୋନୟନ ହୋଇ ଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାତ କୁମାର ଜେନାଙ୍କ ଅନୁରୋଧରେ ଅତିଶ କୁମାର ବେହେରାଙ୍କ ଆହ୍ୱାନକ୍ରମେ ଭଦ୍ରକର ବହୁ ସାରସ୍ୱତ ସାଧକ ଓ ସାଧିକା ପାର୍ବତୀ ନିଳୟଠାରେ ଉପସ୍ଥିତ ରହି ସର୍ବ ସମ୍ମତି କ୍ରମେ ସ୍ମୃତି ସଂସଦ ପାଇଁ କର୍ମକର୍ତ୍ତା ଚୟନ କରିଥିଲେ । ସଭାପତି ଭାବେ ଡ. ରାଧାରାଣି ମହାପାତ୍ର, କାର୍ଯ୍ୟକାରୀ ସଭାପତି ରୂପେ ରତିକାନ୍ତ ବେହେରା, ଉପ-ସଭାପତିଭାବେ ବାବୁଲାଲ ଦାସ, ସଂପାଦକ ଭାବେ ପ୍ରୀତିରଞ୍ଜନ ଜେନା, ସହ-ସମ୍ପାଦିକାଭାବେ ସୁଶ୍ରୀ ପ୍ରୀତିଲତା ପଣ୍ଡା, ସଂଗଠନ ସଂପାଦକ ବିଜୟ କୁମାର ବହଳୀ, କୋଷାଧ୍ୟକ୍ଷ ଭାବେ ମିହୀର କୁମାର ମହାନ୍ତି ମନୋନିତ ହୋଇଛନ୍ତି । କାର୍ଯ୍ୟନିର୍ବାହୀ ସଭ୍ୟଭାବେ ଡ. ଅବନୀ ପ୍ରଧାନ, ନିହାର କର, ନିର୍ମଳ ରାଉତ, ଡ. ପ୍ରଭାତ ନଳୀନି ମହାପାତ୍ର, ଖଗେଶ୍ୱର ଜେନା, ସରୋଜ କୁମାର ନାୟକ, ବସନ୍ତ ମିଶ୍ର, ରତିକାନ୍ତ ଦାଶ, ଅମିତ କୁମାର ମଲ୍ଲିକ, ପ୍ରିୟଦର୍ଶନୀ ମଲ୍ଲିକ, ପୁଷ୍ପିତା ଜେନା, ଚୁଡାମଣୀ ଦାସ, ଅଶୋକ କୁମାର ମହାନ୍ତି, ରୂପକ ରାୟ, ହରିହର ନାୟକ, ଅରୂପାନନ୍ଦ ନାୟକ ପ୍ରମୂଖ ମନୋନୀତ ହୋଇଥିଲେ । ଉପଦେଷ୍ଟାଭାବେ ସାଂସଦ ମଞ୍ଜୁଳତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଡ. ବ୍ରଜମୋହନ ମିଶ୍ର, ଡ. ଶଶଧର ଦାସ, ରଜନୀକାନ୍ତ ମହାନ୍ତି, ମୋହନ ଖିଲାର, ଶୀଶିର ମିଶ୍ର, ଅଭୟ ସୂତାର, ଡା. ରବିନ୍ଦ୍ର ନାୟକ, କରୁଣାକର ବେହୁରିଆ, ପ୍ରମୂଖ ମନୋନୀତ ହୋଇଥିଲେ । ସଂସଦର ପ୍ରତିଷ୍ଠାତା ରୂପେ ପ୍ରଭାତ କୁମାର ଜେନାଙ୍କୁ ମନୋନିତ କରାଯାଇଥିବା ସ୍ଥଳେ ଅତିଶ କୁମାର ବେହେରାଙ୍କୁ ଆବାହକ ରୂପେ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ସ୍ମତିସଂସଦ ଅନେକ ସାହିତ୍ୟିକ ସାଂସ୍କୃତିକ, ସାଂଗଠନିକ ଓ ଉନ୍ନୟନମୂଳକ କାର୍ଯ୍ୟ କରିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା ।