Odiapua.com

“ପାର୍ବତୀ ବିଶ୍ୱାଳ ଥିଲେ କବିତା ମନସ୍କ’

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସ୍କୃତି ଭବନ ଠାରେ ପାର୍ବତୀ ବିଶ୍ୱାଳ ଙ୍କର ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିôୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ଉତ୍ସବ କୁ ଉଦ ଘାଟନ କରି ପାର୍ବତୀ ବିଶ୍ୱାଳ କବିତା ମନସ୍କ ଥିଲେ ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦାନ କରିଥିଲେ ଓ ଭଦ୍ରକ ର ବିଧାୟକ ସଂଜୀବ ମଲ୍ଲିକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ପାର୍ବତୀ ବିଶ୍ୱାଳ ଜଣେ ଭଲ ମଣିଷ ଥିଲେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ସଂଗ୍ରାମ ଆଚାର୍ଯ୍ୟ ଯୋଗଦାନ କରି ଭଲ ମା’ ଥିଲେ ପାର୍ବତୀ ବିଶ୍ୱାଳ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଯୋଗଦାନ କରିଥିଲେ ଅବସର ପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ମିଶ୍ର ଅନ୍ୟ ତମ ଅତିଥି ଭାବେ ଯୋଗଦାନ କରିଥିଲେ ଡ.ରାଧାରାଣୀ ମହାପାତ୍ର ସଭା ରେ ସଭାପତିତ୍ୱ କରିଥିବା ବେଳେ ଆଇନଜୀବୀ ଅତିଶ କୁମାର ବେହେରା ସଭା ପରିଚାଳନା କରିଥିଲେ ।

ଶକ୍ଷାବିତ ତଥା କବି ପ୍ରଭାତ କୁମାର ଜେନାଙ୍କ ପୁସ୍ତକ “ଆଜି ତୁମେ ସ୍ମୃତି ତୀର୍ଥରେ’ ଉନ୍ମୋଚିତ ହୋଇଥିଲା । କବି ଓ ଶିକ୍ଷକ ଶରତ କୁମାର ନାୟକ ପୁସ୍ତକ ର ସମୀକ୍ଷା କରିଥିଲେ । ଚରମ୍ପା ମହାବିଦ୍ୟାଳୟ ର ଅଧ୍ୟାପିକା ସୁକାନ୍ତି ମହାପାତ୍ର ଙ୍କୁ ପାର୍ବତୀ ବିଶ୍ୱାଳ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସାହିତ୍ୟିକ ବିଜୟ କୁମାର ବହଳୀ ମାନପତ୍ର ପାଠ କରିଥିଲେ । ଶିକ୍ଷକ ଗୌତମ ମହାରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମନୋରମା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନାଟ୍ୟକାର ଗୌରାଙ୍ଗ ବାରିକ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ବିଜୟାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ ଓ ଜାନକୀ ପାଢ଼ୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା ଓ କବି ମନୋରମା ରାୟ ପରିଚାଳନାରେ ସହଯୋଗ କରିଥିଲେ ।