Odiapua.com

ପାର୍କିଂ ଫି’କୁ ନେଇ ସମସ୍ତ ମଲ୍ ଓ ହସ୍ପିଟାଲକୁ ବିଡିଏର ନୋଟିସ

ଭୁବନେଶ୍ଵର,୨୧/୧୦,(ଓଡ଼ିଆ ପୁଅ ପି ନାୟକ): କଟକଣା ଲାଗୁ ପରେ ମଧ୍ୟ ମଲ ଏବଂ ହସ୍ପିଟାଲରେ ପାର୍କିଂ ଫି ଆଦାୟ କରାଯାଉଛି । ଏପରିକି ପାର୍କିଂ ଫି’ର ନାଁକୁ ପରିବର୍ତ୍ତନ କରି ସର୍ଭିସ୍‌ ଚାର୍ଜ ନାଁରେ ଲୋକଙ୍କ ପାଖରୁ ଟଙ୍କା ଲୁଟୁଛନ୍ତି । ଯାହାକୁ ନେଇ  ୧୪ଟି ମଲ, ସୋରୁମ, ହୋଟେଲ ଓ ହସ୍ପିଟାଲକୁ ନୋଟିସ୍ କରିଛି ବିଡିଏ । ଦି ୱାର୍ଲ୍ଡଠୁ ଆରମ୍ଭ କରି ସେଣ୍ଟ୍ରାଲ୍‌ ମଲ ଏବଂ ଆପୋଲୋଠୁ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ସବୁକୁ ନୋଟିସ ଦିଆଯାଇଛି । ଏହାବ୍ୟତୀତ ରୁଦ୍ରପୁରରେ ଥିବା ସିମ୍ଫୋନି ମଲ, ମଧୁସୂଧନ ନଗରରେ ଥିବା ଦି ୱାର୍ଲ୍ଡ, ଖାରବେଳନଗରର ଫୋରମ ମାର୍ଟ, ପଟିଆସ୍ଥିତ ମାରୁତି ଇଷ୍ଟେଟ, ପାହାଳର ପାଲ ମନ୍ତ୍ରା, ସୁରୁଚି କଂଟିନୋଟାଲ, ସହୀଦନଗରସ୍ଥିତ ଭବାନୀ ମଲ, କ୍ୱାଲିଟି କେୟାର ଇଣ୍ଡିଆ ଲିମିଟେଡ୍‌କୁ ନୋଟିସ୍ କରିଛି ବିଡିଏ ।