Odiapua.com

ପାରିବାରିକ ସମସ୍ୟାର ସଫଳ ସମାଧାନ

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଭଦ୍ରକ ସମ୍ମୁଖ କାର୍ଯ୍ୟାଳୟରେ ଗୋଟିଏ ପାରିବାରିକ ସମସ୍ୟାର ସଫଳ ସମାଧାନ ହୋଇପାରିଛି । ଦରଖାସ୍ତକାରିଣୀ ସୂଜାତା ଯେନା ତାଙ୍କର ଶାରିରୀକ, ମାନସିକ ଓ ଯୌତୁକ ଜନିତ କଳହ ତଥା ପାରିବାରିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ମୁଖ କାର୍ଯ୍ୟାଳୟରେ ଅଭିଯୋଗ ଦେବାପରେ, ସମ୍ମୁଖ କାର୍ଯ୍ୟାଳୟର ରିଟେନର କାହ୍ନୁଚରଣ ବାରିକ ଉଭୟ ପକ୍ଷଙ୍କୁ ଡକାଇ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ନେହା ଅଗ୍ରୱାଲଙ୍କ ଉପସ୍ଥିତିରେ ସମାଧାନ କରାଇଥିଲେ । ଉଭୟ ପକ୍ଷ ପ୍ରଥମେ ଆପୋଷ ସମାଧାନ ଆଡ଼କୁ ନ ଯାଇ ପରସ୍ପର ଠାରୁ ଅଲଗା ହୋଇ ରହିବା ପାଇଁ ମନବଳାଉ ଥିଲେ । ସେମାନଙ୍କର ଗୋଟିଏ ଛୋଟ ୬ ବର୍ଷର ପୁଅ କଥା ନ ଭାବି ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେବା ପର୍ଯ୍ୟନ୍ତ କୋର୍ଟରେ କେଶ ମଧ୍ୟ କରି ସାରିଥିଲେ । ମାତ୍ର ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅନ୍ୟାନ୍ୟ ମେଡ଼ିଏଟର (ମଧ୍ୟସ୍ଥତା କେନ୍ଦ୍ର) ସମସ୍ତେ ମିଶି ଦୁଇ ପକ୍ଷଙ୍କୁ ବହୁତ ବୁଝା ସୁଝା ପରେ ସେମାନେ ଆଗକୁ ଶାନ୍ତିପୂର୍ଣ୍ଣ ଭାବେ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।