Odiapua.com

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା ପରେ ଥାନାରେ ଆତ୍ମ ସମର୍ପଣ କଲା ନୃସଂଶ ସ୍ୱାମୀ

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନସ୍ଥ ବିନାୟକପୁର ଛକ ବଡପଦା ନିକଟସ୍ଥ ବିଲରୁ ଏକ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ମହିଳାଙ୍କ ହତ୍ୟାକାରୀ ଆଉ କେହି ନୁହେଁ ଖୋଦ୍ ତାଙ୍କ ସ୍ୱାମୀ ବୋଲି ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଏବଂ ହତ୍ୟାକାରୀ ସ୍ୱାମୀ ନିଜ ଦୋଷ ସ୍ୱୀକାର କରି ସ୍ଥାନୀୟ ଥାନାରେ ଆତ୍ମ ସମର୍ପଣ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବିନାୟକପୁର ଗାଁର ଦିବାକର ବେହେରାଙ୍କ ଝିଅ ରାଧାରାଣୀକୁ ସେହି ଗ୍ରାମର ଭଗବାନ ବେହେରାଙ୍କ ପୁତ୍ର ଦିପୁ ଭଲପାଇ ବିବାହ କରିଥିଲା । ଏବଂ ବିବାହ ପରେ ଦିପୁ ପତ୍ନୀ ରାଧାରାଣୀକୁ ନେଇ ବାହାର ରାଜ୍ୟକୁ କାମ କରିବା ପାଇଁ ଚାଲିଯାଇଥିଲା । ସେଠାରେ ସେମାନଙ୍କର ବର୍ଷକର ଶିଶୁ କନ୍ୟାଟିଏ ଏହା ମଧ୍ୟରେ ଗତକାଲି ଦୁଇଜଣ ଘରକୁ ଫେରୁଛନ୍ତି ବୋଲି ରାଧାରାଣୀ ନିଜ ପିତାଙ୍କ ନିକଟକୁ ଫୋନ୍ ଯୋଗେ ଜଣାଇଥିଲା । ମାତ୍ର ଆଜି ସକାଳେ ସ୍ଥାନୀୟ ଲୋକେ ରାଧାରାଣୀର ମୃତଦେହ ରାସ୍ତା ପାଶ୍ୱର୍ ବିଲରେ ପଡିଥିବା ବିଷୟ ତାର ପିତାଙ୍କୁ ଜଣାଇଥିଲେ । ଖବର ପାଇ ଦିବାକର ଘଟଣାସ୍ଥଳରେ ପହଞ୍ôଚ ନିଜ କନ୍ୟାର ମୃତଦେହକୁ ଚିହ୍ନଟ କରିଥିଲେ । ଇତିମଧ୍ୟରେ ହତ୍ୟାକାରୀ ସ୍ୱାମୀ ଦିପୁ ଥାନାରେ ଆତ୍ମସମର୍ପଣ କରିଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ଏକ ନରହତ୍ୟା ମାମଲା ରୁଜୁ ସହ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବାର ଜଣାପଡିଛି ।