Odiapua.com

ପାରିବାରିକ କଳହରୁ ରଶି ଲଗାଇ ଆତ୍ମହତ୍ୟା କଲେ ମନୋଜ

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ଗ୍ରାମର ନଣ୍ଡା ଯେନାର ପୁଅ ମନୋଜ(୨୮) ଆଜି ଆତ୍ମହତ୍ୟା କରିଥବା ଜଣାଯାଇଛି । ନଣ୍ଡାଙ୍କ ବାସଗୃହ ପଛରେ ଥିବା ଏକ ପରିତ୍ୟକ୍ତ ଗୃହରେ ମନୋଜ ଆଜି ପ୍ରତ୍ୟୁଷରେ ରଶି ଲଗାଇ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ । ମନୋଜକୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଥାନାକୁ ସୂଚନା ଦେଇଥିଲେ । ମେଡିକାଲ ସୂଚନା ଆଧାରରେ ଥାନାରେ ୭/୨୧ନଂ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି । ପାରିବାରିକ କଳହ ମୃତ୍ୟୁର କାରଣ ବୋଲି କୁହାଯାଉଛି ।