Odiapua.com

ପାରିବାରିକ କଳହରୁ ନିଆଁରେ ପୋଡି ମହିଳାଙ୍କ ମୃତ୍ୟୁ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅର୍ଜୁନ ଦାଶଙ୍କ ପତ୍ନୀ ମିନତୀ ଦାସ ଗତ ରାତିରେ ସମସ୍ତେ ଶୋଇପଡିବା ପରେ ପାଇଖାନା ଘରେ ନିଆଁରେ ପୋଡି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି କୌଣସି କାରଣରୁ ପାରିବାରିକ କଳହ ହେବା ସହ ମିନତୀଙ୍କୁ ଅର୍ଜୁନ ଗାଳି ଦେବା ସହ ମାଡ ମାରିଥିଲେ ବୋଲି ମିନତୀଙ୍କ ବାପା ଭାଗୀରଥି ତ୍ରିପାଠୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଏବଂ ଭାଗୀରଥିଙ୍କ ଘର ତିହିଡି ଥାନା ଅଧୀନସ୍ଥ ନନ୍ଦୋର ଗ୍ରାମର । ଏତେ ବାଟ ମୁଁ ଯାଇପାରିବିନି ଅର୍ଜୁନର ଭଉଣୀ ଆଉ ଭିଣୋଇକି ଡାକି କରି ସମାଧାନ ପାଇଁ ମଧ୍ୟ ଭାଗୀରଥି କହିଥିଲେ ଅର୍ଜୁନଙ୍କୁ । ଏହାପରେ ରାତ୍ରୀ ୧୨.୫୦ ମିନିଟ୍ ସମୟରେ ଫୋନ୍ ଯାଇଥିଲା ଅର୍ଜୁନଙ୍କର, ଆଉ କହିଥିଲେ ଆପଣଙ୍କ ଝିଅ ନିଆଁ ଲଗାଇ ବାଥରୁମ୍‌ରେ ମରିଯାଇଛି । ମୋ ଝିଅ ଆତ୍ମହତ୍ୟା କରିଛି କି? । ଆଉ କିଛି କାରଣ ମୁଁ ଜାଣିପାରୁନାହିଁ ବୋଲି ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବାସୁଦେବପୁର ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀ ପହଞ୍ôଚ ଶବ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି ।