ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ଖେଦରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ପାରିବାରିକ କଳହକୁ ନେଇ ଗଣ୍ଡଗୋଳକୁ ନେଇ ବାବୁଆ ଦାସ (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବାବୁଆ ଦାସଙ୍କ ମା’ ବେଙ୍ଗ ଦାସଙ୍କ ଅଭିଯୋଗ କ୍ରମେ ପୁଲିସ ୧୯୬/୨୨ ଦଫା ୩୦୨, ୩୦୭, ୩୨୩, ୩୨୪, ୩୨୫, ୩୨୬, ୩୪୨, ୫୦୬ ଓ ୩୪ ଆଇପିସି ବଳରେ ତିନିପୁଅ, ସ୍ତ୍ରୀ, ଝିଅ ଏବଂ ଜ୍ୱାଇଁଙ୍କ ନାମରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ଏହି ଘଟଣାରେ ଶୁକ୍ରବାର ପୀରହାଟ ପୁଲିସ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୨ଜଣ ପୁଅ ଫେରାର ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାବୁଆ ଦାସଙ୍କ ପତ୍ନୀ ବାସନ୍ତୀ ଦାସ, ଝିଅ ସୁନ୍ଦରୀ (ଜ୍ୟୋତି), ଜ୍ୱାଇଁ ସୁଧାଂଶୁ ମଣ୍ଡଳ ଏବଂ ଜଣେ ନାବାଳକ ପୁଅ ବୋଲି ଜଣାପଡ଼ିଛି। ପୁଲିସ ଜ୍ୱାଇଁ ସୁଧାଂଶୁକୁ ଯାଜପୁର ଜିଲ୍ଲାରୁ ଗୁରୁବାର ରାତିରେ ଗିରଫ କରିଥିବା ବେଳେ ଫେରାର ଥିବା ଦୁଇ ପୁଅଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।
ପାରିବାରିକ କଳହକୁ ନେଇ ହତ୍ୟା ଘଟଣା, ନାବାଳକ ପୁଅ ସମେତ ୪ ଗିରଫ
