Odiapua.com

ପାରିବାରିକ କଳହକୁ ନେଇ ପୁଅର ଟାଙ୍ଗୀଆ ଚୋଟରେ ବାପାଙ୍କର ମୃତ୍ୟୁ

ମୋହନା, ୦୬/୦୭ (ଓଡ଼ିଆ ପୁଅ/ହିନୀ ବିଷୋୟୀ) ମୋହନା ବ୍ଲକ ଅନ୍ତର୍ଗତ ବାଘମାରି ପଞ୍ଚାୟତର ପେଜପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁଅର ଟାଙ୍ଗୀଆ ଚୋଟରେ ବାପା ଦୁମନ ଶବର (୫୫)ର ମୃତ୍ୟୁ ଘଟିଛି। ମୋହନା ପୋଲିସର ସୂଚନା ମୁତାବକ ଦୁମନ ଶବରଙ୍କ ଦୁଇଟି ସ୍ତ୍ରୀ ଦୁଇଙ୍କ ମଧ୍ୟରେ ସଦା ସର୍ବଦା କଳହ ଲାଗି ରହୁଥିଲା ଯାହାଫଳରେ ଦୁମନ ଶବର ନିଜର ଦ୍ବିତୀୟ ସ୍ତ୍ରୀଙ୍କ ନିକଟରେ ରହୁଥିଲେ। ବାରମ୍ବାର ଗଣ୍ଡଗୋଳ ଯୋଗୁଁ ପ୍ରଥମ ସ୍ତ୍ରୀର ପୁଅ କପାସ ଶବର ପ୍ରତିହିଂସା ପରାୟଣ ହୋଇ ଗତକାଲି ରାତିରେ ଟାଙ୍ଗିଆରେ ନିଜ ବାପାଙ୍କ ନିର୍ମମ ଭାବେ ହତ୍ୟା କରିଛି। ଏହାପରେ ପୁଅ କପାସ ଶବର ମୋହନା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ମୋହନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ମୋହନା ଥାନାରେ ୧୦୭/୨୦ ରେ ମାମଲା ରୁଜୁ କରାଯାଇ କପାସ ଶବରଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମୋହନା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି। ବାପା ଦୁମନ ଶବରଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।