Odiapua.com

ପାରିବାରିକ କଳହକୁ ନେଇ ଗୋଷ୍ଠୀ ସଂଘର୍ଷ, ଏକାଧିକ ଗୁରୁତର ଆହତ

ବଲାଙ୍ଗୀର ୭-୨ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ପେନ୍ଦୁମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ। ଉଭୟ ପରିବାର ୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଥିବା ମଧ୍ୟ ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ପେନ୍ଦୁମୁଣ୍ଡା ଗାଁରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବିବାଦ ଦେଖାଦେଇଥିଲା। ଯାହାର ପରିଣତି ଶେଷରେ ରକ୍ତାକ୍ତ ସଂଘର୍ଷରେ ପାଲଟିଥିଲା। ତେବେ ଏହି ଗୋଷ୍ଠୀ ସଂଘର୍ଷରେ ୫ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ଜାରି ରଖିଛି।