କେନ୍ଦ୍ରାପଡ଼ା,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ବଡମଠ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣା ଅନୁସାରେ, ଜଣେ ମହିଳା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତିି । ତେବେ ପାରିବାରିକ କଳହରୁ ସେ ଏମିତି କରିଛନ୍ତି ବୋଲି କୁହାଯାଉଛି । ଏହି ଘଟଣା ପରେ ତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି ।