Odiapua.com

ପାରାଦୀପ ଠାରୁ ୩୫୦ କିମି ଦୂରରେ ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍ ‘ କେନ୍ଦ୍ରୀଭୁତ ହୋଇଥିବା ଏସଆରସି ଦେଲେ ସୁଚନା

ଭୁବନେଶ୍ୱର୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଭୁବନେଶ୍ୱର ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ପାରାଦୀପ ଠାରୁ ୩୫୦ କିମି ଦୂରରେ ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍ ‘ କେନ୍ଦ୍ରୀଭୁତ ହୋଇ ୧୦ କିମି ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗକୁ ମୁହାଁଇଥିବା ସୁଚନା ଦେଇଛନ୍ତି । ଫଳରେ ଆଜିଠୁ ୯ ତାରିଖ ଯାଏ ୮ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ଜ୍ଝ ଆଜି ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରରେ ବର୍ଷା ହେବାର ଆଶଙ୍କା ରହିଛି ଜ୍ଝ ଆସନ୍ତାକାଲି ୭ଟି ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର , ମୟୂରଭଞ୍ଜ, କଟକ ଓ ଯାଜପୁରରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ଜ୍ଝ ଆଜି ୬ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ପୁରୀ ଓ ଗଞ୍ଜାମରେ ୪୫ରୁ ୬୫ କିମି ବେଗରେ ପବନ ବହିପାରେ ଏବଂ ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ୭୦-୯୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଏଥିଲାଗି ସେ ଜିଲ୍ଲାପାଳମାନଙ୍କ ସହ କଥା ହୋଇଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ସେ।