Odiapua.com

ପାନୀୟ ଜଳର ଘୋର ସମସ୍ୟା

ପୋଲସରା (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବେଲଗାଁ ପଞ୍ଚାୟତର ମଧୁସୂଦନପୁର ଓଡ଼ିଆ ସାହି ଦୀର୍ଘ ଦୁଇବର୍ଷ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପ୍ରାୟ ଶହେ ଘର ଉର୍ଦ୍ଧରୁ ଲୋକେ ବସବାସ କରନ୍ତି। ସମସ୍ତଙ୍କ ପାଇଁ ଦୁଇଟି ନଳକୂପ ସରକାର କରିଛନ୍ତି। ଗୋଟିଏ ସଚଳ ଓ ଅନ୍ୟଟି ବହୁ ଦିନରୁ ସଫା କରାଯାଇ ନଥିବାରୁ ବ୍ୟବହାର ଅନୁପଯୋଗୀ ହୋଇ ନାଲି ଜଙ୍ଗ ପାଣି ବାହାରୁଛି। ଗୋଟିଏ ନଳକୂପ ସମସ୍ତଙ୍କ ପାଇଁ ପାଣି ଯୋଗାଇବାରେ ସମସ୍ୟା ଦେଖା ଦେଉଛି। ସରକାରଙ୍କ ତରଫରୁ ମନଶିଳାରେ ଗୋଟିଏ ପାଣିଟାଙ୍କି କରାଯାଇ ସମସ୍ତ ଗ୍ରାମକୁ ଦିଆଯାଇଛି। କିନ୍ତୁ ସେହି ପାଇପକୁ ଓଡ଼ିଆ ସାହିକୁ ଦିଆଯାଇନାହିଁ। ଷ୍ଟାଣ୍ଡ ପୋଷ୍ଟ ଅଛି ଘରକୁ ଘର ପାଇପ ବିଛା ଯାଇଛି କିନ୍ତୁ ପାଣି ଆସିବା ସାତ ସପନ ହୋଇ ଯାଉଛି। କିଛିଦିନ ପୂର୍ବରୁ ସାଧାରଣ ନିର୍ବାଚନ ହୋଇଥିଲା ଲୋକଙ୍କୁ ପ୍ରତିଶୃତି ମିଳିଥିଲା ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ। ଆଜି ପର୍ଯ୍ୟନ୍ତ ନା ସରକାରୀ ବାବୁ ସମସ୍ୟା ବୁଝୁଛନ୍ତି ନା ନେତାମାନେ ସମସ୍ୟା ସମାଧନ କରି ପାରିଛନ୍ତି। ଯେଉଁ ନଳକୂପଟି ଉପରେ ଲୋକମାନେ ଭରଷା କରିଛନ୍ତି ରକ୍ଷଣା ଭେକ୍ଷଣା ଅଭାବରୁ ପାଣି ଜମିରହି ଘାସ ମାଡିଯାଉଛି। ଲୋକଙ୍କ କହିବା ପ୍ରକାରେ ଏହି ନଳକୂପଟି ଖରାପ ହେଲେ ବିଳମାଳ କୂଅରୁ ପାଣି ସଂଗ୍ରହ କରି ଚଳନ୍ତି। ଷ୍ଟାଣ୍ଡ ପୋଷ୍ଟ ଗୁଡିକ ପାଣି ନ ଆସି ଖରାପ ହେବାକୁ ଲାଗିଲାଣି। ମହିଳାମାନେ ଗୋଟିଏ ନଳକୂପରୁ ଧାଡିବାନ୍ଧି ପାଣି ସଂଗ୍ରହ କରିବାରୁ ନାନା ସମସ୍ୟା ଦେଖା ଦେଇଛି।