Odiapua.com

ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ;ମଞ୍ଚ ନିକଟରେ ମାରପିଟ

ଯାଜପୁର୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ହଳଦୀ ଗଡିଆ ପଞ୍ଚାୟତର ଖିଲିପଙ୍ଖା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ୱର ଶୁଭ ଶିଳାନ୍ୟାସ କୋରାଇ ବିଧାୟକ ଅଶୋକ ବଳଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଖିଲିପଙ୍ଖା, ବନ୍ତଳା ଓ ଶାଳକଣା ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିବ। ଏହି ପ୍ରକଳ୍ପ ପାଇଁ ୧କୋଟି ୭୨ ଲକ୍ଷ ଟଙ୍କ ବ୍ୟୟ ଅଟକଳ କରାଯାଇଥିବା ବେଳେ ୧ଲକ୍ଷ ଲିଟର ଜଳ ଧାରଣା କ୍ଷମତା ବିଶିଷ୍ଠ ପାଣି ଟାଙ୍କି କରାଯିବ।ଶିଳାନ୍ୟାସ ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

ସଭା ଅରମ୍ଭରୁ ସାଦକପୁର ପଞ୍ଚାୟତର ବାରଦା ଗ୍ରାମର କୈଳାସ ପଟ୍ଟନାୟକ ଗୋଷ୍ଠୀ ଓ ସାଦକପୁର ଗ୍ରାମର ସେକ ରଫିକ ଗ୍ରୁପ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା। ଧାନ କିଆରି ମଧ୍ୟରେ ଗଡାଗଡି ହେବା ଦେଖାଯାଇଥିଲା। କିଏ ବିଧାୟକଙ୍କ ନିଜ ଲୋକ ହେବ ତାକୁ ନେଇ ପ୍ରତିଯୋଗିତାରୁ ମାରପିଟ ହେବାରୁ ଉପସ୍ଥିତ ଲୋକମାନେ ସେମାନଙ୍କ ମଧ୍ୟରେ ପଶି ସେମାନଙ୍କୁ ଅଟକାଇଥିଲେ। ଫଳରେ କିଛି ସମୟ ପାଇଁ ଉଭୟ ଗୋଷ୍ଠି ମଦ୍ୟରେ ଛକାପଂଝା ଲାଗିରହିଥିବା ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସବିତା ମଲ୍ଲିକ, ସମିତିସଭ୍ୟା ଗୁଣ୍ଡିଚା ମଳିକ, ପଜଳଯୋଗାଣ ବିଭାଗ ର୍ନିବାହୀ ଯନ୍ତ୍ରୀ ଅମୀୟ କୁମାର ପରିଡା, ସହକାରୀ ର୍ନିବାହୀ ଯନ୍ତ୍ରୀ ଗୌରହରି ଦାସ, କନିଷ୍ଠ ଯନ୍ତ୍ରୀ(୧) ସୋମନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟ ପାଇଁ ଠିକାଦାର ଭାବେ ତାପସ କୁମାର ଜେନା ଟେଣ୍ଡର ହାତେଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷ ଅନିଲ ମହାପାତ୍ର, ଉଦୟ ସାହୁ, ସୌଭାଗ୍ୟ ମହାନ୍ତି, ସତିସ ଧଳ, ପ୍ରଶନ୍ନ ମିଶ୍ର, ଶାନ୍ତନୁ ସାହୁ, ସେକ ଫୁରକାନ, ମୁଜବିୁର ରହେମାନ, ଦୀପକ ସ୍ୱାଇଁ, ଅଲେଖ ନାଥ, ମଣିନ୍ଦ୍ର ସାହୁ, ରାକେଶ ମହାନ୍ତି, ଅନାଦି ମଲିକଙ୍କ ସମେତ ପଂଚାୟତ ଅଧିବାସୀ, ୱାର୍ଡ ସଭ୍ୟ/ସଭ୍ୟା ମହିଳାମାନେ ଯୋଗଦେଇଥିଲେ। କୋରାଇ ମୀନା ବଜାର ଠାରୁ ଏକ ବାଇକ ଶୋଭାଯାତ୍ରାରେ ବିଧାୟକଙ୍କୁ ନିଆଯାଇଥିଲା।