Odiapua.com

ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ, ଅସୁରାଳିରେ ବିଜେପିର ଭୂମି ଶୋଧନ

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ୫-ଟିର ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଅସୁରାଳି ଗସ୍ତ ପରେ ରାଜନୈତିକ ବିରୋଧ ପ୍ରଦର୍ଶନ କରାଯାଇଛି । ବିଜେପି ପକ୍ଷରୁ ଆଜି ଧାମନଗର ବ୍ଲକ୍‌ର ଅସୁରାଳି ଠାରେ ଏକ ଯଜ୍ଞ ଆୟୋଜନ କରାଯାଇ ପାଣ୍ଡିଆନଙ୍କ ସଭାସ୍ଥଳ ସ୍ଥାନୀୟ ସହୀଦ ସ୍ମୃତି ଷ୍ଟାଡିୟମ୍ ପରିସରରେ ଭୂମି ଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେପି ପକ୍ଷରୁ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ହିନ୍ଦୁ ଧର୍ମ ହତ୍ୟାକାରୀ ଦର୍ଶାଇ ତାଙ୍କ ଅସୁରାଳି ଗସ୍ତର ପ୍ରତିବାଦ କରାଯାଇଥିଲା । ଶତାଧିକ ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ସ୍ଥାନୀୟ ଦେବୀ ଆଶ୍ରମ ଛକ ନିକଟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଷ୍ଟାଡିୟମ୍ ପର୍ଯ୍ୟନ୍ତ ଆସିଥିଲେ । ଏହି ସମୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଗଂଗାଜଳ ଛିଞ୍ଚନ କରାଯାଇଥିବାବେଳେ ଯଜ୍ଞ ହୋମ କରାଯାଇ ଭୂମି ଶୋଧନ ହୋଇଥିଲା । ଜିଲା ବିଜେପି ଉପସଭାପତି ଚତୁର୍ଭୁଜ ନାୟକ, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ କଳ୍ପନା ଜେନା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟା ଉମାମଣୀ ସାହୁ, ଅସୁରାଳି ସରପଞ୍ଚ ମିନତୀ ସାହୁ, କୋଠାର ସରପଞ୍ଚ ମହେଶ୍ୱତା ମହାଳିକ, ମହରମପୁର ସରପଞ୍ଚ ଅଲିଳପ୍ରଭା ରାଉଳ, ଫତେପୁର ସରପଞ୍ଚ ରଞ୍ଜନ ପଣ୍ଡା, ଗଢିଆଳି ସରପଞ୍ଚ ସରୋଜ ସ୍ୱାଇଁ, ସମିତି ସଭ୍ୟା ପାର୍ବତୀ ପ୍ରଧାନ, ଜିଲା ମିଡିଆ ସେଲ୍ ସଂଯୋଜକ ବୈକୁଣ୍ଠନାଥ ସାହୁ, ମଣ୍ଡଳ ସଭାପତି ଅଜୟ ବଳ, ଅରବିନ୍ଦ ପତି, ମନୋଜ ଦାସ, ରାଜେନ୍ଦ୍ର ସାହୁ, ଶ୍ରୀକାନ୍ତ ନାୟକ, ରାଜୀବ ଦାସ, ଗୟାଧର ନାୟକ, ସୁରଜ ସାହୁ, ମାନସୀ ପଣ୍ଡା, ରଜତ ଲେଙ୍କା, ଆଇନ୍‌ଜୀବୀ ଗଣେଶ ଦାଶ, ହୃଷିକେଶ ରାଉତ, ବିନୋଦ ରାଉତ, ଅନନ୍ତ ବେହେରା, ଦେବେନ୍ଦ୍ର ପୁହାଣ, ସାଇ ଶରଣ ବେହେରା, ପ୍ରମୋଦ ଦାସ ଓ ପ୍ରଶାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।