Odiapua.com

ପାଣି ପାଇଁ ହାହା କାର ବଙ୍କାପୁର ବାସୀ

ଖଡ଼ିଆଳ, ୨୦/୦୫ (ଓଡ଼ିଆ ପୁଅ /ସୁଜିତ କୁମାର ପ୍ରଧାନ) ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ପ୍ରବଳ ଗରମ ସାଙ୍ଗକୁ ପାଣି ସମସ୍ୟା ଦେଖା ଦେଇଛି। ୨୦୧୬ ମସିହାରେ ତୁକୁଲାରୁ ପାଇପ ଯୋଗେ ବଙ୍କାପୁର କୁ ଯୋଗାଣ କରାଯାଇଥିଲା।

ଖରିଆର ବ୍ଲକ ବଙ୍କାପୁର ଗ୍ରାମ ରେ ପାଣି ର ଘୋର ଅଭାବ ଦେଖା ଦେଇଛି। ତୁକୁଲା ନଦୀ ଯୋଗେ ପାଣି ବଙ୍କା ପୁରକୁ ଯାଇଛି। ବାଟରେ ଶ୍ରୀରାମ ପୁର ଗ୍ରାମରେ କେତେ ଜଣ ଏହି ପାଇପକୁ କାଟି ଦେଉଥିବାରୁ ବଙ୍କାପୁର ଆମଗ ପଡା ଓ ଭୋଇପଡାକୁ ପାଣି ପିଇବାକୁ ମଧ୍ୟ ମିଳୁନାହିଁ। ଆମାଗ ପଡାରେ ୩ ଗୋଟି ନଳ କୂପ ଥିବା ବେଳେ ୨ ଗୋଟି ସମ୍ପୂର୍ଣ ଖରାପ ଓ ୧ ଗୋଟେ ଫ୍ଲୋରାଇଡ ପାଣି ବାହାରିଥାଏ। ସେହି ପରି ଆମଗପଡାରେ ୨ ଗୋଟି ନଳ କୂପ ଅଛି ମାତ୍ର ୧ ଗୋଟେ ଖରାପ। ଲୋକେ ପାଖ କୂଅରୁ ମଇଳା ପାଣି ସଂଗ୍ରହକରି ବାଧ୍ୟ ହୋଇ ପିଇବାକୁ ପଡୁଛି। ଗ୍ରାମବାସୀ ଆଜି ଖରିଆର ଜଳ ଯୋଗାଣ ବିଭାଗ ଅଧିକାରୀକୁ ଦେଖା କରିଥିଲେ। କନିଷ୍ଟ ଯନ୍ତ୍ରୀ ରୋବର୍ଟ ପ୍ରଧାନ ଗ୍ରାମବାସୀ ସହ ଯୋଗାଯୋଗ କରି ପାଣି ସମସ୍ୟା ଦୂର କରିଛନ୍ତି।