Odiapua.com

ପାଣି ଠେକି ବାନ୍ଧି ପକ୍ଷୀମାନଙ୍କୁ ଜଳଦାନ

ନୟାଗଡ଼, ୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ନୟାଗଡ଼ର ଯୁବଗୋଷ୍ଠୀ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ପକ୍ଷୀମାନଙ୍କୁ ଜଳକଷ୍ଟ ସମୟରେ ଜଳଦାନ କରିବା ଲକ୍ଷ୍ୟରେ ଗଛରେ ପାଣି ଠେକି ବାନ୍ଧିଛନ୍ତି। ଏପରି କରିଛନ୍ତି ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ପ୍ରକାଶନୀ ସଂସ୍ଥା ନିକୁଲ ତଥା ଇଟାମାଟି ଗ୍ରାମ ପଂଚାୟତର ମିଳିତ ପ୍ରୟାସରେ। ଦିଲ୍ଳୀପ କୁମାର ସାହୁଙ୍କ ନେତୃତ୍ୱରେ ଯୁବକବି ଅଫତାବ୍ ହୁସେନ, ସ୍ଥିତିପ୍ରଜ୍ଞ ଦାଶ, ହରପ୍ରସାଦ ମହାପାତ୍ର, ସନ୍ତୋଷ କୁମାର ସ୍ୱାଇଁ, ମାନଓ ରଂଜନ ବଳବନ୍ତରାୟ ପ୍ରମୁଖ ଏପରି ପ୍ରୟାସ ଆରମ୍ଭ କରିଛନ୍ତି। ଏପରି ଏକ ସଚେତନଧର୍ମୀ କାର୍ଯ୍ୟକ୍ରମରେ ଯୁବକବି, ସାହିତ୍ୟିକ, ଅନୁବାଦକ ଓ ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ସାମିଲ ହୋଇ ଉଚ୍ଚ ପ୍ରଶଂସା କରିବା ସହିତ ଏପରି ଏକ ଲକ୍ଷ୍ୟକୁ ସୁଦୂର ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ।