Odiapua.com

ପାଣିରେ ବୁଡ଼ୁଥିବା ବାଳକକୁ ଉଦ୍ଧାର କରିବା ପାରେ ଯୁବକଙ୍କର ମୃତ୍ୟୁ

ବଲାଙ୍ଗୀର ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମ ରୁ ଭୋଜି କରିବାକୁ ବେଲଗାଁ ଦେଇଯାଇ ଥିବା ତେଲନଦୀ କୁ ଯାଇ ପାଣି ରେ ବୁଡି ଶୋଚନୀୟ ମୃତ୍ୟୁ ର ଶିକାର ହୋଇଛନ୍ତି। ପ୍ରକାଶ ଯେ ଏହି ଗ୍ରାମ ର ଯୁବକ ମାନେ ଏକ ଭୋଜି ର ଆୟୋଜନ କରି ଉକ୍ତ ନଦୀ କଡରେ ଭୋଜି ରାନ୍ଧି ସାରି ଉକ୍ତ ତେଲ ନଦୀ କୁ ଗାଧୋଇ ଯାଇ ଥିଲେ ହେଲେ ଜଣେ ଦଶ ବର୍ଷ ର ବାଳକ ଓ କିଛି ଯୁବକ ଉକ୍ତ ଗାଧୋଇବା ଅବସ୍ଥାରେ ସେଲଫି ଫୋଟୋ ଉଠାଉ ଥିବା ବେଳେ ରମଣ ନାମକ ଉକ୍ତ ୧୦ ବର୍ଷ ର ଯୁବକ ମୋବାଇଲ ସହ ପାଣିରେ ବୁଡ଼ୁ ଥିବା ବେଳେ ତାକୁ ଉଦ୍ଧାର ପାଇଁ ୧୮ ବର୍ଷୀୟ ଆଶୁତୋଷ ବିଶି, (ପିତା, ପୁର୍ଣଚନ୍ଦ୍ର ବିଶି) ପାଣି କୁ ଡେଇଁ ଥିଲେ। ବଞ୍ଚେଇବା ପାଇଁ ଯାଇ ଉକ୍ତ ବାଳକକୁ ଉଦ୍ଧାର କରିଥିଲେ କିନ୍ତୁ ଆଶୁତୋଷ ଗୁରୁତର ହୋଇଯାଇଥିଲେ।ପରେ ଟିଟିଲାଗଡ଼ ସବ୍ଡିଭିଜନ ଡାକ୍ତର ଖାନା ଅଣା ଯାଇଥିବା ବେଳେ ମୃତ ଘୋଷଣା କରାଯାଇଥିଲା। ସେହିପରି ଏହି ସମୟରେ ଗତ ବର୍ଷ ତିନି ଜଣ ପ୍ରାଣ ହରାଇଥିଲେ।