Odiapua.com

ପାଣିରେ ବୁଡି ଯୁବକ ମୃତ

ନଵରଙ୍ଗପୁର୍, ୨୩/୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ଗ୍ରାମରେ ପାଣିରେ ବୁଡି ଯୁବକ ମୃତ। ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ଗ୍ରାମର ଅନିଲ ଗୁପ୍ତା (୩୩) ସୋମବାର ସନ୍ଧ୍ୟାରେ ଗ୍ରାମ ପାଖ ବେଲ୍ଲାରୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ରାତ୍ର ହୋଇଯିବାରୁ ପରିବାର ଲୋକେ ଖୋଜିବାକୁ ଯାଇ ପାଇନଥିଲେ। ପରେ ଡାବୁଗାଁ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଖୋଜା ଖୋଜି କରି ପାଣିରୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତ୍ର ପ୍ରାୟ ୮ ଘଣ୍ଟା ୪୫ ମିନିଟ୍ ସମୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଡାକ୍ତରଖାନାରେ ଥାନା ସହ-ଉପ-ନିରିକ୍ଷକ ଶିଶିର କାନ୍ତ ଘୋଷ ଓ ବିଜୟ କୁମାର ସାହୁ ପହଁଞ୍ଚି ତଦନ୍ତ କରୁଛନ୍ତି।