Odiapua.com

ପାଣିରେ ବୁଡି ନାବାଳିକାଙ୍କ ମୃତ୍ୟୁ

କଟକ,୦୮/୦୯,(ଓଡ଼ିଆ ପୁଅ ପି ନାଏକ): ଜେଜେମା ଆଗରେ ପାଣିରେ ବୁଡି ନାବାଳିକା ନାତୁଣୀର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଚୌଦ୍ବାର ଥାନା ଅନ୍ତର୍ଗତ ନଖରା ପଂଚାୟତ ଅଙ୍ଗତରାଦିହ ଗ୍ରାମରେ । ମୃତା ନାବାଳିକା ଜଣକ ହେଉଛନ୍ତି ଗ୍ରାମର ଚନ୍ଦ୍ରମଣୀ ଭୋଳଙ୍କ ଏକମାତ୍ର ଝିଅ ହରପ୍ରିୟା ଭୋଳ । ସେ ବିଳମ୍ବିତ ରାତିରେ ନିଜ ଜେଜେମା ସହ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ପୋଖରିରେ ଧୋଇ ହୋଇ ହରପ୍ରିୟା ଉପରକୁ ଆସୁଥିବା ବେଳେ ଗୋଡ ଖସିଯିବାରୁ ପାଣିରେ ପଡି ଯାଇଥିଲେ। ଜେଜେମା ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଧରି ପାରିନଥିଲେ।ପରେ ସେ ଗାଁ ଲୋକଙ୍କୁ ଡାକ ପକାଇବା ପରେ ଗ୍ରାମବାସୀମାନେ ଖୋଜା ଖୋଜି କରିଥିଲେ ମଧ୍ୟ ହରପ୍ରିୟାକୁ ପାଇନଥିଲେ। ଖବର ପାଇ ଚୌଦ୍ବାରରୁ ଅଗ୍ନିଶମ କର୍ମଚାରୀମାନେ ଆସି ପାଣି ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବିକୁ ପଠାଇ ତଦନ୍ତ ଆରମ୍ଭ କରିଛି।