Odiapua.com

ପାଣିରେ ଥିବା ଦଳ ଆପଣଙ୍କୁ କରିପାରେ କୋଟିପତି

– ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତିକୁ ସଂଚାରିତ କରିଥାଏ। ଏହାକୁ ଘରେ ରଖିବା ଦ୍ୱାରା ଆଥିର୍କ ଚିନ୍ତା ମଧ୍ୟ ଦୂର ହୋଇଥାଏ।

– ଯେଉଁ ବ୍ୟକ୍ତି ଚାକିରି ଏବଂ ବ୍ୟବସାୟକୁ ନେଇ ଉନ୍ନତି କରିବାକୁ ଚାହୁଁଚନ୍ତି, ସେମାନେ ଗୁରୁବାର ଦିନ ଜଳକୁମ୍ଭୀକୁ ଆଣି ହଳଦିଆ କପଡାରେ ବାନ୍ଧି ରୋଷେଇ ଘର ଦ୍ୱାରରେ ଝୁଲାଇଦିଅନ୍ତୁ। କିନ୍ତୁଧ୍ୟାନ ରଖନ୍ତୁ ପ୍ରତି ଗୁରୁବାର ଏହାକୁ ବଦଳାଇବେ ନିଶ୍ଚିତ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ।

– ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାକରିବା ସ୍ଥାନରେ ଜଳକୁମ୍ଭୀ ରଖନ୍ତୁ। ଏହାଦ୍ୱାରା ଘରେ ଧନର ଆଗମନ ହେବ।

– ପାରିବାରିକ କଳହ, ମତଭେଦ ଦୂର କରିବାରେ ଜଳକୁମ୍ଭୀ ଫଳପ୍ରଦ ଦେଇଥାଏ। ଏହା ପରିବାରର ସମସ୍ତ ସଦସ୍ୟଙ୍କ ବିକାଶ କରିବାରେ ସହାୟକ ହୋଇଥାଏ।

– ଘରେ ରଖିଥିବା ପୁରୁଣା ଜଳକୁମ୍ଭୀକୁ ଆପଣ କୌଣସି ନଦୀ, ପୋଖରୀ କିମ୍ବା ବୋହିଯାଉଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ। ଏପରି କରିବା ଦ୍ୱାରା ପରିବାର ପ୍ରତି ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ।

– ଜଳକୁମ୍ଭୀକୁ ମା’ ଲକ୍ଷ୍ମୀଙ୍କ ଚରଣରେ ରଖିବା ଦ୍ୱାରା ଆଥିର୍କ ସମସ୍ୟା ଦୂର ହୋଇଥାଏ। କାର‌୍ୟ୍ୟରେ ଆସୁଥିବା ବାଧା ମଧ୍ୟ ରହେନାହିଁ।

– ଯେଉଁ ଲୋକମାନଙ୍କର ମନ ବିଚଳିତ ରହିଥାଏ, ସେମାନେ ଜଳକୁମ୍ଭୀକୁ ନୀଳ କପଡାରେ ବାନ୍ଧି ନିଜ ଡାହାଣ ହାତରେ ବାନ୍ଧିଦିଅନ୍ତୁ। ଏପରି କରିବା ଦ୍ୱାରା ମନ ଶାନ୍ତ ରହିଥାଏ।

– ଜଳକୁମ୍ଭୀ ଘରର ମୁଖ୍ୟଦ୍ୱାରରେ ଟାଙ୍ଗିବା ଦ୍ୱାରା ନକାରାତ୍ମକ ଦୋଷ ଘରୁ ଦୂର ହୋଇଥାଏ।

– ଯଦି ଆପଣଙ୍କ ସ୍ୱାସ୍ଥାବସ୍ଥା ଠିକ୍‌ ରହୁନାହିଁ ତେବେ ଜଳକୁମ୍ଭୀକୁ ତାବିଜ୍‌ କରି ବେକରେ ବାନ୍ଧନ୍ତୁ। କିନ୍ତୁ ମନେ ରଖନ୍ତୁ, ଏହି ପ୍ରକ୍ରିୟା ରବିବାର ଦିନ ହିଁ କରନ୍ତୁ। ଏପରି କରିବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ।