Odiapua.com

ପାଣିପଞ୍ଚାୟତ ନିର୍ବାଚନ ସ୍ଥଗିତ ଆଲୋଚନା

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ଜଳସେଚନ କାର୍ଯ୍ୟାଳୟ ପରିସରରେ ଶାଳପଡାସ୍ଥିତ ବୈତରଣୀ ବନ୍ୟା ନିୟନ୍ତ୍ରଣ ନିର୍ବାହୀ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ଶାଳଣିଆ ଉପଖଣ୍ଡ ସହକାରୀ ଯନ୍ତ୍ରୀ ଶମ୍ଭୁନାଥ ସାହୁ, ମଞ୍ଜୁରୀରୋଡ ଜଳସେଚନ ଅତିରିକ୍ତ ସହାୟକ ଯନ୍ତ୍ରୀ ପରେଶ ଦାସ ଓ ସ୍ଥାନୀୟ ଚାଷୀ ଜଗନ୍ନାଥ ଭାରତୀ, ବିନୋଦ ବିହାରୀ ରାଉତ, ଦୟାନିଧି ପଣ୍ଡା, ମନୋଜ କୁମାର ସାହୁ, ସୁଶାନ୍ତ ବାରିକ, ସୁରେନ୍ଦ୍ର ରାଉତ, ମନୋରଞ୍ଜନ ସାହୁ, ମନୋରଞ୍ଜନ ସେନପତି, ଶୁକଦେବ ଭାରତୀ, ବିଦ୍ୟାଧର ଜେନା ପ୍ରମୁଖ ଆଜି ପ୍ରସ୍ତାବିତ ପାଣିପଞ୍ଚାୟତ ନିର୍ବାଚନ ନିମନ୍ତେ ଆଲୋଚନା କରିଥିଲେ । କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ଏହି ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାଷୀମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏଥିନେଇ ଉପରିସ୍ଥା ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ମତ ଦେଇଥିଲେ । ଏହି ଅଞ୍ଚଳର କେନାଲ ସମସ୍ୟା ସୁଧାରିବାକୁ ଯନ୍ତ୍ରୀ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ ।