Odiapua.com

ପାଣିନାହିଁ କି ପାଇଖାନା ନାହିଁ, ବିନା ବିଜୁଳିରେ ପୌରପାଳିକାର ଦୋକାନଘର ଆବଣ୍ଟନ

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାର୍କେଟ କଂପ୍ଲେକ୍ସକୁ ପାଣି ପାଇଖାନା ଏବଂ ବିଜୁଳି ଯୋଗାଣ ନକରି ବ୍ୟସାୟୀଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରୁଛି ପୈାରପାଳିକା । ଦୋକାନ ଘର ପାଇଁ ପ୍ରୋଭିଜନାଲ ଏଲୋଟମେଂଟ ପାଇବାର ଇତିମଧ୍ୟରେ ୧୦ ମାସ ବିତିଲାଣି ହେଲେ ମାର୍କେଟ କଂପ୍ଲେକ୍ସ କୁ ଏଯାଏ ସର୍ବନିମ୍ନ ଆବଶ୍ୟକତା ପାଣି,ପାଇଖାନା ଏବଂ ବିଜୁଳି ଯୋଗାଇ ଦେବାକୁ ସମର୍ଥ ହୋଇ ନାହିଁ ଭଦ୍ରକ ପୈାରପାଳିକା । ପରନ୍ତୁ ମାର୍କେଟକଂପ୍ଲେକ୍ସରୁ ଭଡାପାଇବା ପାଇଁ ଏବେ ତରବରିଆ ଭାବେ ବ୍ୟବସାୟୀଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରୁଛି ପୈାରପାଳିକା । ଯାହାକୁ ନେଇ ଅପେକ୍ଷାରତ ବ୍ୟବସାୟୀଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ପୌରପାଳିକା ଅମଳରେ ଭଦ୍ରକ ବନ୍ତ ଛକ ଠାରେ ଏକ ମାର୍କେଟ କଂପ୍ଲେକ୍ସ ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ମାର୍କେଟ କଂପ୍ଲେକ୍ସ ନିର୍ମାଣ ପୁର୍ଣ୍ଣାଙ୍ଗ ହେବା ଆଗରୁ ପୌର ପାଳିକା ଭାଙ୍ଗିଯାଇଥିଲା । ଫଳରେ ପୌରପାଳିକାର ଏହି ମାର୍କେଟ କଂପ୍ଲେକ୍ସ ଦୋକାନ ଘର ଆବଂଟନ ଦାୟିତ୍ୱ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ ହୋଇଥିଲା । ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଗତ ୨-୧୧-୧୯ ରିଖରେ ପୌରପ୍ରଶାସନ ପକ୍ଷରୁ ଏହି ଦୋକାନ ଗୃହ ସକାସେ ଲଟେରୀ କରାଯାଇଥିଲା ।

ଲଟେରୀ ର ୪ ମାସ ପରେ ଅର୍ଥାତ ଗତ ୧୮-୩-୨୦୨୦ ରିଖରେ ପୌରପାଳିକା ପକ୍ଷରୁ ଲଟେରୀରେ ସଫଳ ହୋଇଥିବା ବ୍ୟବସାୟୀଙ୍କୁ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଘରର ପ୍ରୋଭିଜନାଲ ଆଲୋଟମେଂଟ ଯୋଗାଇ ଦିଆଯାଇଥିଲା । ନିୟମ ଅନୁଯାଇ ପ୍ରୋଭିଜନାଲ ଆଲୋଟମେଂଟର ସର୍ବଧିକ ୭ ଦିନ ମଧ୍ୟରେ ବ୍ୟବସାୟୀଙ୍କୁ ସ୍ଥାୟୀ ଆଲୋଟେମେଂଟ ଦିଆଯିବା କଥା ହେଲେ କୋଭିଡ ଆଳରେ ହେଉ ଅଥବା ରାଜନୈତିକ ଚାପରେ ହେଉ ଗତ ଡିସେମ୍ଭର ମାସ ସୁଦ୍ଧା ପୌରପାଳିକା ବ୍ୟବସାୟୀଙ୍କୁ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଘରର ସ୍ଥାଇ ଆଲୋଟମେଂଟ ଦେଇ ପାରିନଥିଲେ । ପୌରପାଳିକାର ଏହି ଅବହେଳା ନେଇ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ପୌରପାଳିକା ପକ୍ଷରୁ ଦୋକାନ ଘର ଆବଂଟନ ନେଇ ତତ୍ପରତା ପ୍ରକାଶ ପାଇଥିଲା । ନବ ନିର୍ମିତ ମାର୍କେଟ କଂପ୍ଲେକ୍ସ କୁ ପାଣି,ପାଇଖାନା ସର୍ବୋପରୀ ବିଜୁଳି ବନ୍ଦୋବସ୍ଥ ନକରି ଅତି ତରବରିଆ ଭାବେ ଚଳିତ ଜାନୁଆରୀ ମାସ ଠାରୁ ଦୋକାନ ଘର ଗୁଡିକର ଏଗ୍ରିମେଂଟ ଆରମ୍ଭ କରିଛନ୍ତି । ଏହି ମାର୍କେଟ କଂପ୍ଲେକ୍ସରେ ରହିଛି ଅନ୍ୟୁନ ଶହେଲୋକ ବସିପାରିବା ଭଳି ଏକ କମ୍ୟୁନିଟି ହଲ ଏବଂ ୪୨ ଗୋଟି ଦୋକାନ ଘର । ମାର୍କେଟ କଂପ୍ଲେକ୍ସ ଚାଲୁ ହେଲେ ଏହି କଂପ୍ଲେକ୍ସକୁ ହଜାର ହଜାର ଲୋକଙ୍କଚଳ ପ୍ରଚଳ ହେବ । ହେଲେ ବ୍ୟବସାୟୀଙ୍କ ପାଇଁ ନହେଲେ ମଧ୍ୟ ସାଧାରଣ ଲୋକଙ୍କ ସକାସେ ଏଠାରେ ପାଣି,ପାଇଖାନା ଏବଂ ବିଜୁଳିର ନିହାତି ଆବଶ୍ୟକ ଥିବା ସ୍ତଳେ ପୌରପାଳିକା ଏଥିପ୍ରତି ଆଖିବୁଜି ଦେବା ଘଟଣା ଚିନ୍ତାର ବିଷୟ ହୋଇଛି । ଏଥିନେଇ ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ପଚାରିବାରେ ସେ ଏଥିନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି । ଯାହାକି ବ୍ୟବସାୟୀ ମହଲରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।