ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ଠାରେ ଥିବା ପୀରବାବାଙ୍କ ପୀଠ କୁ ବହୁ ଦୂରଦୂରାନ୍ତରରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଶୁଦ୍ଧ ପାଣି ଯୋଗାଇଦେବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା ଭୂ-ଉତ୍ତେଳିତ ଜଳ ଭଣ୍ଡାର ପକ୍ଷରୁ ଖାନକା ସରିଫ ପରିସରରେ ଦୁଇବର୍ଷ ପୂର୍ବେ ତତ୍କାଳିନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମୟରେ ଓଡ଼ିଶା ସରକାରଙ୍କ କାଜୁନିଗମ ଅଧ୍ୟକ୍ଷ ମାନ୍ୟବର ମୋଜିବୁଲ୍ଲା ମୁନା ଖାଁଙ୍କ କରକମଳରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ତେବେ ଉକ୍ତ କାର୍ଯ୍ୟ ନିର୍ମାଣ କରାଯାଉଥିଲେ ମଧ୍ୟ ଏହା ଅତି ନିମ୍ନମାନର କରାଯାଉଥିବାର ଏହାର ସ୍ଥାୟିତ୍ୱ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟାର ମନ୍ଥରତା ଏବଂ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେଉନଥିବାରୁ ଉର୍ଷ କମିଟି ପକ୍ଷରୁ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ଆଜି ଉର୍ଷ କମିଟିର ସମ୍ପାଦକ ଏମ୍ଡ଼ି ଇସ୍ରାଇଲ୍ ହବିବି, ସହସମ୍ପାଦକ ସେକ୍ ଅବଦୁଲ ରହେମାନ୍, ବରିଷ୍ଠ ସଭ୍ୟ ହାଜି ସେକ୍ ମୋହିଉଦ୍ଦିନ୍, ସମାଜସେବୀ ସେକ୍ ଅବଦୁଲ୍ ହକିମ୍, ସେକ୍ ଜାଫର ଅଲ୍ଲୀ ପ୍ରମୁଖ ସାଂସଦଙ୍କୁ ପାଣିଟାଙ୍କି କାର୍ଯ୍ୟ ସମ୍ପୁର୍ଣ୍ଣ କରିବାପାଇଁ ପଦକ୍ଷେପ ନେବାପାଇଁ ଲିଖିତ ଅଭିଯୋଗ କରିଥିଲେ । ଏହି ଦାବି ପ୍ରଦାନ ବେଳେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ । ତେବେ ତୁରନ୍ତ କାର୍ଯ୍ୟ ସାରିବା ସହିତ କାର୍ଯ୍ୟର ମାନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ପ୍ରତିଶୃତି ଦେଇଥିଲେ ।