Odiapua.com

ପାଣିଟାଙ୍କି ଉପରେ ଚାଲିଛି ଅନ୍‌ଲାଇନ ପାଠ ପଢା

ନୟାଗଡ଼ ୦୭/୧୦ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କୋଭିଡ୍ କଟକଣା ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାବେଳେ ଅନ୍‌ଲାଇନରେ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯାଇଅଛି। ଅନ୍‌ଲାଇନ ପାଠ ପଢିବା ପାଇଁ ମୋବାଇଲ୍ ରେ ନେଟ୍‌ୱାର୍କ ସଂଯୋଗ ହେବା ନିହାତି ଆବଶ୍ୟକ। ଓଡିଶା ରାଜ୍ୟରେ ଅନେକ ସ୍ଥାନ ରହିଅଛି ଯେଉଁଠାରେ କି ଭିତ୍ତିଭୂମୀର ଅଭାବ ରହିଅଛି। ସେହି ସ୍ଥାନ ଗୁଡିକରେ ମୋବାଇଲ୍ ରେ ନେଟ୍‌ୱାର୍କ ଆସୁନାହିଁ। ସେହିସ୍ଥାନ ଗୁଡିକରେ ଅନ୍‌ଲାଇନରେ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ମାନେ କିଏ ଗଛ ଉପରେ ଚଢୁଛି ତ ଆଉ କିଏ ପାଣିଟାଙ୍କି ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ପାଠ ପଢୁଛି। ସେହିଭଳି ମୋବାଇଲ୍ ନେଟ୍‌ୱାର୍କ ନଥିବା ଗ୍ରାମ ପଞ୍ଚାୟତ ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା। ରଣପୁର ଠାରୁ ପ୍ରାୟ ୨୫କି ମି ଦୂର ରିଜର୍ଭ ଜଙ୍ଗଲ ମଧ୍ୟରେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଅବସ୍ଥିତ। ଏହି ପଞ୍ଚାୟତ ରଣପୁର ବ୍ଲକରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛୁଆ ଅଞ୍ଚଳଭାବେ ପରିଚିତ।

ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ବିଦ୍ୟାଳୟକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଯାତାୟତ କରିଥାନ୍ତି। କେତେବେଳେ ହାତୀ ହାବୁଡରେ ତ ଆଉ କେତେବେଳେ ବାଘ ଓ ବିଷଧର ସରୀସୃପଙ୍କ ହାବୁଡରେ ପଡିଥାନ୍ତି। ପଞ୍ଚାୟତ ସାରା ମୋବାଇଲ ରେ ନେଟ୍ ନଥିବା ଯୋଗୁଁ ଅନେକ ଛାତ୍ର ଛାତ୍ରୀ ଗଛ ଉପରେ ଚଢି ଅନ୍‌ଲାଇନରେ ପାଠ ପଢିଥାନ୍ତି। ଅଉ କେତକ ଛାତ୍ର ଛାତ୍ରୀ ଶଙ୍ଖେଯାଡି ଠାରେ ଥିବା ନିର୍ମାଣାଧିନ ପାଣିଟାଙ୍କି ଉପରେ ଚଢି ମୋବାଇଲ ଯୋଗେ ପାଠ ପଢିଥାନ୍ତି। କେତେବେଳେ ଯେ ଖସି ପଡି ଜୀବନ ଚାଲି ନ ଯିବ ସେକଥା କିଏ କହିବ। ଛାତ୍ର ଛାତ୍ରୀ ମାନେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରୁଥିବା ଜଣା ପଡିଛି। ଏ ସର୍ମ୍ପକେ ଭାରତ ଦୂର ସଂଚାର ବିଭାଗର ଏସ୍‌-ଡି-ଓ- ପ୍ରଭାତ କୁମାର ସାହୁ ଯେକି ମୋବାଇଲ୍ ଟାୱାର ନିର୍ମାଣ ଦାୟୀତ୍ୱ ରେ ଅଛନ୍ତି ତାଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତରେ ଏକ ମୋବାଇଲ ଟାୱାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ନିର୍ମାଣ ପାଇଁ ସର୍ଭେ ଚାଲିଛି। କିନ୍ତୁ ଭାରତ ଦୂର ସଂଚାର ବିଭାଗ ଆର୍ôଥକ ନିଅଣ୍ଟ ରେଥିବାରୁ ସମ୍ଭବ ପର ହୋଇପାରୁ ନାହିଁ। ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଅର୍ଥ ବାଧକ ସାଜିବନି ମୁଁ ବିଧାନସଭା ରେ ପ୍ରଶ୍ନ ଉଠାଇ ପ୍ରସ୍ତାବ ଦେଇଛି। ତେଣୁ ବନ୍ଧମୁଣ୍ଡାରେ ନିଶ୍ଚିତ ମୋବାଇଲ ଟାୱାର ନିର୍ମାଣ ହେବ। ବିଳମ୍ବିତ ପକ୍ରିୟା କୁ ଲକ୍ଷ ରଖି ଘରୋଇ ସଂଚାର କମ୍ପାନୀ ବନ୍ଧମୁଣ୍ଡାରେ ମୋବାଇଲ ଟାୱାର ନିର୍ମାଣ କରିବା ପାଇଁ ପଞ୍ଚାୟତ ବାସୀ ଅନୁରୋଧ କରିଛନ୍ତି।