ହାଟଡିହି -୧୬ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ହାଇସ୍କୁଲ ନିକଟରେ ଥିବା ଏକ ୪୦ ଫୁଟ ଉଚ୍ଚ ପାଣିଟାଙ୍କି ଉପରକୁ ଜଣେ ମାନସିକ ବିକାରଗ୍ରସ୍ଥ ଯୁବକ ଚଢ଼ିଯିବା ଘଟଣା ଆଲୋଚନାର ବିଷୟ ପାଲଟିଛି । ଆଜି ଅପରାହ୍ନରେ ମଠଡାହିରେ ରହୁଥିବା ଏହି ଯୁବକ ଜଣକ କୌଣସି କାରଣ ବସତଃ ହାଟଡିହି ଯାଇଥିବାବେଳେ ସେଠାରେ ଥିବା ଏହି ପାଣିଟାଙ୍କି ଉପରକୁ ଚଢ଼ିଯାଇଥିଲା । ଏହା ଦେଖି ସେଠାରେ ଲୋକମାନଙ୍କର ଭିଡ ଜମିଥିଲା । ଯେତେ ପ୍ରକାର ଡାକି ବୁଝାଇଲେବି ସେ ଆଉ ଓହ୍ଲାଇବାକୁ ରାଜି ହୋଇ ନଥିଲା । ଫଳରେ ଲୋକମାନେ ବାଧ୍ୟହୋଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନଙ୍କୁ ଖବର ଦେବାରୁ ସେମାନେ ଯାଇ ପହଞ୍ଚିଥିଲେ । ଦମକଳ ବିଭାଗର କର୍ମଚାରୀଙ୍କ ବୁଝାସୁଝା ପରେ ସେ ଯାଇ ଓହ୍ଲାଇଥିଲା । ପାଣିଟାଙ୍କି ଉପରକୁ ଯିବାକୁ ଏକ ସିଡି ନିର୍ମାଣ କରାଯାଇଥିବାବେଳେ ସେଠାରେ ସିଡିର ପ୍ରବେଶ ପଥରେ କେଣସି ଗେଟ ଲଗାଯାଇ ନଥିବାରୁ ଏପରି ସମସ୍ୟା ବାରମ୍ବାର ଉପୁଜୁଛି ବୋଲି ଆଲୋଚନା ହେଉଛି । ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ପାଣିଟାଙ୍କି ସିଡିରେ ଗେଟ ଲଗାଇବାକୁ ସାଧାରଣରେ ଦାବି ହେଉଛି ।