Odiapua.com

ପାଣିକୋଇଲି ଥାନାରେ ପରିବର୍ତ୍ତନ ହେଲେ ଆଇଆଇସି

ଯାଜପୁର ୨୦ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ରେ ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାଣିକୋଇଲି ଥାନାର ନୂତନ ଇନ୍‌ସପେକ୍ଟର ଭାବେ ଚିନ୍ମୟୀ ବେହେରା ଆଜି ପୂର୍ବତନ ଆଇଆଇସି ସୁନିଲ କୁମାର ନାୟକଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି। ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର ପାଣିକୋଇଲି ସମେତ ଜିଲ୍ଲାର ୧୦ଟି ଥାନା ଫାଣ୍ଡିର ମୁଖ୍ୟଙ୍କୁ ଅଦଳ ବଦଳ କରିଥିବା କାର୍ଯ୍ୟାଳୟ ପତ୍ର ସଂଖ୍ୟା-୧୫୭୭ରେ ଜିଲ୍ଲା ନିର୍ଦ୍ଦେଶ ସଂଖ୍ୟା-୨୯୨୭ ବିଜ୍ଞପ୍ତି ଅନୁଯାୟୀ ଅଦଳବଦଳ କରାଯାଇଥିବା ସୂଚନାମିଳିଛି।

ସୂଚନାଯୋଗ୍ୟ, ପାଣିକୋଇଲି ଥାନାରେ ଆଜିର ଇନ୍‌ସପେକ୍ଟର ଚିନ୍ମୟୀ ବେହେରା ସବ- ଇନ୍‌ସପେକ୍ଟର ଭାବେ ଦିର୍ଘ ଦିନ କାର୍ଯ୍ୟ କରି ଜନସାଧାରଣଙ୍କୁ ଉଚିତ ନ୍ୟାୟ ପ୍ରଦାନରେ ସହାୟତା କରି ଆସିଥିବା ରେକର୍ଡକୁ ଅଫିସରମାନେ ସନ୍ତୁଷ୍ଟ ଥିବାବେଳେ ମାଡମଙ୍କ ପ୍ରମସୋନରେ କୃତକାର୍ଯ୍ୟ ହୋଇଥିବାରୁ ଚିନ୍ମୟୀ ମାଡମଙ୍କ କାର୍ଯ୍ୟଦକ୍ଷତାକୁ ଅଧାରକରି ପାଣିକୋଇଲି ଥାନାରେ ଆଇଆଇସି ଭାବେ ଏସପି ଅବସ୍ଥାପିତ କରିଥିବା ସୂଚନା ମିଳିଛି।