Odiapua.com

ପାଣିକୋଇଲି ଜିଆରଏସଙ୍କୁ ପୁନଃ ନିଯୁକ୍ତି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର, ୨୮/୭ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ପାଣିକୋଇଲି ଜିଆରଏସ ସସ୍ମିତା ବେହେରାଙ୍କୁ ପୁନଃ ନିଯୁକ୍ତ କରିବା ପାଇଁ ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେଇଛି। ସୂଚନା ମୁତାବକ କାର୍ଯ୍ୟରେ ଅବହେଳା ଦର୍ଶାଇ ଜିଲ୍ଲାପାଳ ତାଙ୍କୁ ଗତ ୧୩. ୧୦. ୨୦୧୮ରେ ସସପେଣ୍ଡ କରିଥିଲେ। ଏହାପରେ ବହୁବାର ଜିଲ୍ଲାପାଳ ଏବଂ ନିର୍ଦ୍ଦେଶକଙ୍କୁ ଭେଟି ନିଜର ଗୁହାରୀ ଜଣାଇଥିଲେ। ମାତ୍ର ତାହା ସଫଳ ହୋଇନଥିଲା। ପରେ ଏହାକୁ ନେଇ ସେ ଉଚ୍ଚନ୍ୟାୟଳୟର କେସ ନଂ ଡବ୍ଲ ପି ସି ୧୦୬୮୩/୨୦୧୯ କରି ଆଶ୍ରୟ ନେଇଥିଲେ। ନ୍ୟାୟଳୟ ଏହାର ବିଚାର କରି ତୁରନ୍ତ ତାଙ୍କୁ ପୁନଃ ନିଯୁକ୍ତ କରିବା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପରେ ସେ ନିର୍ଦ୍ଦେଶକଙ୍କୁ ଭେଟି ଶ୍ରୀଘ ପୁଣିଥରେ କାର୍ଯ୍ୟରେ ଅବସ୍ଥାପତି କରିବା ପାଇଁ ନିବେଦନ କରିଛନ୍ତି।