Odiapua.com

ପାଠ ପଢ଼ିବାକୁ ମୁଲ ଲାଗିବା ଘଟଣା- ରାଣୀ ଓ ଦେହ୍ଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ବିଧାୟକ

ହାଟଡ଼ିହି,୨୫ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଗରିବ ଆଦିବାସୀ ମେଧାବୀ ଛାତ୍ରୀ ରାଣୀ ହେମ୍ରମ ଓ ଦେହ୍ଲା ବେଶ୍ରାଙ୍କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ପୋଷ୍ୟ ଝିଅ ଭାବେ ଗ୍ରହଣ କରି ତାଙ୍କ ସମସ୍ତ ଦାୟିତ୍ୱ ବୁଝିବା ପାଇଁ ପ୍ରତିଶୃତି ଦେଇଛନ୍ତି । ମେଧାବୀଛାତ୍ରୀ ରାଣୀ ହେମ୍ରମ ମାଟ୍ରିକ ପରୀକ୍ଷାରେ ୮୫ପ୍ରତିଶତ ମାର୍କ ରଖିଥିଲେ ବି ହାତରେ କଲମ ଧରିବା ବଦଳରେ କୋଦାଳ ଧରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଜି ଢ଼େଙ୍କା ପଞ୍ଚାୟତର ସଙ୍ଗମ ଗ୍ରାମର ରାଣୀ ହେମ୍ରମଙ୍କ ଘରେ ପହଞ୍ଚି ରାଣୀକୁ ନିଜର ପୋଷ୍ୟ ଝିଅ ଭାବେ ଗ୍ରହଣ କରି ତାର ସମସ୍ତ ପଢ଼ାଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଖାଲି ସେତିକି ନୁହଁ ସେ କିପରି ଭୁବନେଶ୍ୱର କିସ କଲେଜରେ ପାଠ ପଢ଼ିବ, ସେନେଇ ସମସ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି । ବର୍ତ୍ତମାନ ନିଜର ପରିବାର ଚଳାଇବା ପାଇଁ ସେ ଯେପରି ଆଉ ମୁଲ ନଲାଗିବ ସେନେଇ ୨୦ହଜାର ଟଙ୍କାର ଆର୍ôଥକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ସେହିପରି ସଙ୍ଗମ ଡେଙ୍ଗାଚୁଆ ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ବେସ୍ରାଙ୍କ ଝିଅ ଦେହ୍ଲା ବେସ୍ରା ଯେକି ମାଟ୍ରିକ ପରୀକ୍ଷାରେ ୪୧୦ ମାର୍କ ରଖିଛି । ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବାବେଳେ ଓ ପାଠ ପଢ଼ିବାକୁ ଦୃଢ଼ ମନୋବଳ ଥିଲେବି ଆର୍ôଥକ ଅଭାବ ଅନାଟନ ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କାରେ ଥିବା ଜାଣି ବିଧାୟକ ଶ୍ରଯୁକ୍ତ ସେଠୀ ତାକୁ ମଧ୍ୟ ପୋଷ୍ୟ ଝିଅ ଭାବେ ଗ୍ରହଣ କରି ତାର ସମ୍ପୁର୍ଣ୍ଣ ପଢ଼ାଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେବା ସହିତ ତାକୁ ୧୦ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ବିଧାୟକଙ୍କ ସହିତ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ଢ଼େଙ୍କା ପଞ୍ଚାୟତ ବିଜେଡି ସଭାପତି ମନୋଜ ମହାନ୍ତି, ଯୁବ ସମାଜସେବୀ ଭଗବାନ ପହି, ସୁବାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।