Odiapua.com

‘ପାଠାଗାର’ ଦ୍ୱାରା ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୫/୦୮ (ଓଡ଼ିଆ ପୁଅ) : ପାଠାଗାର, ୟୁନିଟ୍-୯ ଦ୍ୱାରା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ର ସହାୟତାରେ କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୩, ୟୁନିଟ୍-୯ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ଏବଂ ହିନ୍ଦି ସ୍କୁଲ ପ୍ରାଙ୍ଗଣରେ ଏକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଶୀତାଂଶୁ କୁମାର ରାଉତ ଶୁଭାରମ୍ଭ କରି ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପୋଲିସ କମିଶନର ଜୋନ୍-୧ ବିଷ୍ଣୁ ଚରଣ ପାତ୍ର, ଖାରବେଳ ନଗର ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ ସେନାପତି, ସିନେ ତାରକା ରାକ୍ଷୀ ଦାଶ, ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜ, ପାଠାଗାରର ସଭାପତି ପ୍ରଣବ ରଞ୍ଜନ ସ୍ୱାଇଁ, ସଂପାଦକ ଶୁଭକାନ୍ତ ସାମାନ୍ତସିଂହାର, ଯୁଗ୍ମ ସଂପାଦକ ଦୀପକ କୁମାର ବେହେରା, ସହ ସଂପାଦକ ସୁରେଶ କୁମାର ସାହୁ, କୋଷାଧ୍ୟକ୍ଷ ରଶ୍ମୀରଞ୍ଜନ ଜେନା, ଉପ-ସଭାପତି ଅମୀୟ ଜେନା, ପାଠାଗାରର ଉପଦେଷ୍ଟା ତଥା ସମାଜସେବୀ ବାସୁଦେବ ଭଟ୍ଟ, ଏ. ଶୈଳଜା, ପୂଣ୍ୟଶ୍ଳୋକ ମହାନ୍ତି, ମୋହନ ହେମ୍ବ୍ରମ୍, ସରସ୍ୱତୀ ପାତ୍ର ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିବା ସହିତ କିଭଳି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ସେ ବିଷୟରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ୍ ହାଇସ୍କୁଲର ଛାତ୍ର ଓ ଶିକ୍ଷକ, ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍, ୟୁନିଟ୍-୯ ଅଞ୍ଚଳର ବରିଷ୍ଠ ନାଗରିକ ତଥା ପାଠାଗାରର ସମସ୍ତ ସଦସ୍ୟ ପ୍ରାୟ ୨୦୦ ଜଣ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଅତିଥିବୃନ୍ଦ ପାଠାଗାର ଦ୍ୱାରା ଆୟୋଜିତ ହେଉଥିବା ବିଭିନ୍ନ ଉନ୍ନତିମୂଳକ ତଥା ସଚେତନତା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।