Odiapua.com

ପାଠାଗାର ଆନ୍ଦୋଳନର ସଫଳତା ଓ ପରିବେଶ ସୁରକ୍ଷା ପାଇଁ ସମ୍ବଲପୁରରୁ ବଲାଂଗିରକୁ ତନିଦିନିଆ ସାଇକେଲ ଅଭିଯାନ

ସମ୍ବଲପୁର ୨୪-୧୨ (ଓଡ଼ିଆ ପୁଅ) ଶିକ୍ଷାର ପ୍ରସାର, ପରିବେଶ ସଚେତନତା ଏବଂ ପାଠାଗାର ଆନ୍ଦୋଳନକୁ ସୁଦୁର ପ୍ରସାରୀ କରିବା, ପଲିଥିନ ମୁକ୍ତ ସମାଜ ଗଠନ, ପଠନ ଅଭ୍ୟାସ ବୃଦ୍ଦି ବାର୍ତ୍ତା ନେଇ ସମ୍ବଲପୁର ଲିମସରିଏନ ସଚେତନତା ଯୁବକ ସଂଘ ପକ୍ଷରୁ ଏକ ସାଇକେଲ ଅଭିଯାନର ଆୟୋଜନ କରାଯାଇଛି। ଏହି ଅଭିଯାନ ଆସନ୍ତା ୨୭ ତାରିଖ ଦିନ ଆରମ୍ବ ହୋଇ ୨୯ ତାରିଖ ଦିନ ବଲାଂଗିର ଠାରେ ଉଦଯାପିତ ହେବ। ଏହି ଦିନ ସକାଳ ୭ଟାରେ ଖଂଡ଼ୁଆଲ ଲିମସରିଏନ ମନ୍ଦିର ପୀଠରେ ପୂଜା ଅର୍ଚ୍ଚନା ପରେ ସାଇକେଲ ରେଲି ରେ ଶତାଧିକ ଯୁବକ ବାହାରିବେ। ସମ୍ବଲପୁର ପବ୍ଲିକ ଲାଇବ୍ରେରୀଠାରେ ଏହି ଅଭିଯାନ ଜିଲ୍ଲାପାଳ ଶୁଭମ ସସ୍କେନା, ଅତିରିକ୍ତ ଜିଲ୍ଲାପାଳ ଲିଂଗରାଜ ପଂଡ଼ା, ପବ୍ଲିକ ଲାଇବ୍ରେରୀର ସଭାପତି ଡ଼. ଆଦିତ୍ୟ ପ୍ରସାଦ ପାଢୀ, ଆଇଓସିଏଲର ସାଧାରଣ ପ୍ରବଂଧକ ପ୍ରମୋଦ ଚିର୍ଲି ପ୍ରମୁଖଙ୍କ ଉପସ୍ତିତିରେ ଆନୁଷ୍ଟାନିକ ଭାବେ ଯାତ୍ରାରଂଭ କରିବ ବୋଲି ସଂଘର କର୍ମମର୍ତା ମାନେ ଆଜି ଏକ ସାମ୍ବାଦିକ ସମ୍ମ୍‌ିଳନୀରେ ସୂଚନା ଦେଇଛନ୍ତି। ଅଭିଯାନ ସମୟରେ ବାଟରେ ପଡ଼ୁଥିବା ବିଭିନ୍ନ ସ୍ତାନରେ ପାଠାଗାର ଏବଂ ପରିବେଶ ସୁରକ୍ଷାର ଗୁରୁତ୍ୱ ବାବଦରେ ସଭାମାନ କରାଯିବ। ଗୋହିରାଟିକ୍ରା କ୍ଲବ, ବରଗଡ଼ ନିଷ୍ଟା ଭବନ, ଅତାବିରା ଶିକ୍ଷକ ଭବନ, ବରପାଲିର କ୍ଲବ, ଡ଼ୁଂଗୁରୀପାଲି କ୍ଲବ, ବୁର୍ଦ୍ଦା, ଚୁଆଁ ବଂଧ, ସାଲେଭଟା, ବଲାଂଗିରର ଆଜାଦ କ୍ଲବ ପ୍ରଭୃତି ସ୍ତାନରେ କମ୍ପ୍ୟୁଟର, ପ୍ରତିଯୋଗୀତାମୂଳକ ପରୀକ୍ଷା ଓ ଅନ୍ୟ ପଠନ ସାମଗ୍ରୂୀ ପ୍ରଦାନ କରାଯିବାକୁ ଧାର୍ଯ୍ୟ କରାଯାଇଛି। ରେଲିରେ ଏଠାରୁ ଶହେଜଣ ଉତ୍ସାହୀ ଯୁବ ସ୍ୱେଛାସେବୀ ବାହାରିବେ, ହେଲେ ବାଟରେ ମଧ୍ୟ ସହ ଯୋଗୀ ଯୁବସାଥୀ ମାନେ ଏଥିରେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲାପ୍ରଶାସନ, ପବ୍ଲିକ ଲାଇବ୍ରେରୀ ଏବଂ ଆଇଓସିଏଲ ଏହି କାର୍ଯ୍ୟକ୍ରମକୁ ସହ ଯୋଗ କରୁଥିବା ମଧ୍ୟ ସୂଚନା ପ୍ରଦାନ କରାଯାଇଛି। ସାଇକେଲ ଅଭିଯାନ ବଲାଂଗିର ଠାରେ ଉଦଯାପିତ ହେବ। ସମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଂଡ଼ା, ସଂଘର ସଭାପତି ଅମିତ କୁମାର ସ୍ୱାଇଁ, ଉପ ସଭାପତି ଅସୀମ ପତି, ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର, ସହକାରୀ ସମ୍ପାଦକ ବିଭୁତି ଭୂଷଣ ବେହେରା, ନାରାୟଣ ରାଉତ, ଭାନୁ ଝାଜରିଆ, ବିଶ୍ୱଜିତ ଦାଶ, ସୁମିତ କୁମାର ପଂଡ଼ା, ହିତେଶ୍ୱର ପ୍ରଧାନ, କୈଳାଶ ମେହେର ପ୍ରମୁଖ ଉପସ୍ତିତ ଥିଲେ।