Odiapua.com

ପାଟଣା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ପାଟଣା ୨୯-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ବି, ଏସ ହାଇସ୍କୁଲ ପରିସର ରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧାକର ପଣ୍ଡା ଙ୍କ ସଂଯୋଜନା ରେ ଆୟୋଜିଜିତ ପୁରଷ୍କାର ବିତରଣ ଉତ୍ସବ ରେ ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଓମାତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ପାଟଣା ବ୍ଲକ ଅଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଡୁମୁରିଆ ସରପଞ୍ଚ ଦମୟନ୍ତୀ ନାଏକ, କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ଡୁମୁରିଆ ସମିତି ସଭ୍ୟ ରାଘବ ଦଳେଇ ପ୍ରମୁଖ ଯୋଗଦେଇ ବିଜ୍ଞାନ ର ଉପକାରୀତା ଉପରେ ଆଲୋଚନା କରିଥିଲେ। ଏହିଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଓ ବିଜ୍ଞାନ ଶିକ୍ଷକ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ବିଜ୍ଞାନ ର ବ୍ୟବହାର ଓ ଉପକରିତା ଉପରେ ଛାତ୍ର ମାନଙ୍କୁ ବୁଝାଇ ଥିଲେ। ଏହି ବିଜ୍ଞାନ ମେଳା ରେ ବ୍ଳକ ର ୭୦ ଟି ବିଦ୍ୟାଳୟ ର ୮୩ ଟି ପ୍ରକଳ୍ପ ସ୍ଥାନ ପାଇଥିଲା।ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପାଟଣା ର ପୁଷ୍ପେନ୍ଦୁ ଘଣା, ଏଲ, ଏନ ହାଉସ୍କୁଲ ଚିନାମାଳିପଶି ର ପଙ୍କଜିନୀ ମହାନ୍ତ, ଜି, ଏନ ହସିସ୍କୁଲ ସ୍ବାମ ପାଟଣା ର ଶୁଭମ ସୁବାଶିଷ ଦ୍ବିବେଦୀ, ବଣ ମହୁଲଡ଼ିହା ର ରଜନୀ ନାଏକ, ବି, ଏସ ହାଇସ୍କୁଲ ଡୁମୁରିଆର ଉସଶ୍ରୀ ନାଏକ ଏବଂ ଡିଆନାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଙ୍କିତ ମହାନ୍ତ ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମ କୁ ସି, ଆର, ସି, ସି ସନ୍ତୋଷ କୁମାର ନାଏକ, ଶ୍ରୀକାନ୍ତ ବିଶ୍ୱାଳ, ପ୍ରମୋଦ କୁମାର ମହାନ୍ତ ଓ ଶିକ୍ଷକ ପାର୍ଥ ସାରଥୀ ବେଜ ପ୍ରମୁଖ ପରିଚାଳନା କରିଥିଲେ।