Odiapua.com

ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ପାଟଣା ୨୬-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ରେ ଜଣେ ଗୁଜୁରାଟ ଫେରନ୍ତା ଯୁବକଙ୍କର କରୋନା ପିଜେଟିଭ ଚିହ୍ନଟ ହୋଇଛି। ପାଟଣା ବ୍ଲକ୍ ପ୍ରଶାସନ, ପାଟଣା ସ୍ବାସ୍ଥ୍ୟ ବିଭାଗ ଟିମ୍ ଓ ତୁରୁମୁଙ୍ଗା ପୁଲିସ ଚେମଣା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚି ଆକ୍ରାନ୍ତଙ୍କର ପ୍ରାଇମୋରୀ କଣ୍ଟାକ୍ଟ ଟ୍ରେସିଂ କରିବା ସହ ଆକ୍ରାନ୍ତଙ୍କୁ କଟକ କୋଭିଡ୍ ୧୯ ହସ୍ପିଟାଲ୍ କୁ ସ୍ଥାନାନ୍ତର କରିଛନ୍ତି। ସୂଚନା ଅନୁଯାୟୀ ଆକ୍ରାନ୍ତ ଯୁବକ ଜଣକ ଗୁଜରାଟର ଅହମଦାବାଦରୁ ଗତ ୧୯ ତାରିଖରେ ଫେରିବାପରେ ଚେମଣା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ଚେମଣା ପଞ୍ଚାୟତର ଏହି ସଙ୍ଗରୋଧ କେନ୍ଦ୍ରରେ ଏବେ ୧୭ ଜଣ ପ୍ରବାସୀ ରହୁଥିବା ବେଳେ ଏମାନଙ୍କ ମଧ୍ୟରେ ହାଇଦ୍ରାବାଦ୍, ତାମିଲନାଡୁ ଓ ଅହମଦାବାଦ ଫେରନ୍ତା ପ୍ରବାସୀ ଥିବା ଜଣାପଡିଛି। ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।