ପାଟଣା ୨୩-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : ପାଟଣା ମୁଖ୍ୟାଳୟ ସ୍ଥିତ ବଜାରରେ ଥିବା ଏକ ସାର ଦୋକାନର ଆଜବେଷ୍ଟସ ଭାଙ୍ଗି ଗୁରୁବାର ବିଳମ୍ବିତ ରାତିରେ ଦୋକାନ ଘରେ ପଶି ଡ୍ର ର ତାଲା ଭାଙ୍ଗି ସେଥିରେ ଥିବା ନଗଦ ୬ ହଜାର ୫ ଶହ ଟଙ୍କା ଚୋରି ହୋଇଥିବା ଜଣା ପଡ଼ିଛି। ଏନେଇ ସକାଳେ ଜାଣିବା ପରେ ଦୋକାନ ମାଲିକ ଚିତ୍ତରଞ୍ଜନ ଦାଶ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଛାନଭିନ୍ ଜାରି ରଖିଛି। ତେବେ ପାଟଣା ଥାନା ଅଞ୍ଚଳରେ ପାଟଣା ବଜାର ଓ ସାହାରପଡା ବଜାର ରୁ ବାରମ୍ବାର ଚୋରି ବଢ଼ୁଥିବାରୁ ଦୋକାନୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖା ଦେଇଛି। ଅଞ୍ଚଳ ରେ ରାତ୍ର କାଳୀନ ପେଟ୍ରୋଲିଂ ସହିତ ଖୁବ ଶୀଘ୍ର ଚୋର ଙ୍କୁ ଧରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି।