Odiapua.com

ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ସକାଶେ ସଚେତନତା କାର୍ଯ୍ୟକ୍ରମ

ପାଟଣା ୨୫-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୋମବାର ଠାରୁ ୭ଦିନ ବ୍ୟାପି ପୁରୁଷ ବନ୍ଧ୍ୟାକରଣ ସକାଶେ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ .ସୁପ୍ରକାଶ ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ସେଠୀ, ବି.ପି.ଏମ ଦୀପକ କୁମାର ନାୟକ,ଏଲ.ଏଚ.ବି ନଳିନୀ ପ୍ରଭା ମିଶ୍ର ଓ ନୃପତି ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।