Odiapua.com

ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ବଲାଙ୍ଗୀର-ବରଗଡ଼ ଡିଭିଜନ ମୁଖ୍ୟ କ୍ୟାଡର ମାଓବାଦୀ ପୋଲିସ ଗୁଳିରେ ନିହତ

ବଲାଙ୍ଗୀର/ବରଗଡ଼ ୧୨-୦୬ : (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ) ବରଗଡ଼ ଜିଲ୍ଲାର ପଦ୍ମପୁର ନିକଟସ୍ଥ ଝାଞ୍ଜ ସଂରକ୍ଷିତ ଜଙ୍ଗଲ ରେ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ ଘୋଷଣା ଥିବା ଜଣେ କ୍ୟାଡର ମାଓବାଦୀ ର ଏସ ଓ ଜି ଯବାନ ସହ ଓଡିଶା ପୋଲିସର ମିଳିତ ଅପରେସନରେ ଉକ୍ତ ମାଓବାଦୀର ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୋଲିସ ଡିଜିଙ୍କ ସୂଚନା କ୍ରମେ ଉକ୍ତ ଝାଞ୍ଜ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମାଓ କାର୍ଯ୍ୟକଳାପ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ ଓ ଜି ଯବାନ ସହ ଓଡିଶା ପୋଲିସର ଅପରେସନ ବେଳେ ମାଓବାଦୀମାନେ ଉଭୟଙ୍କ ଉପରେ ଗୁଳି କରିଥିବା ଯୋଗୁଁ ପାଲଟା ଆକ୍ରମଣରେ ଗୁଳି ବିନିମୟ ଘଟିଥିଲା। ଉକ୍ତ ଗୁଳି ବିନିମୟ ରେ ନିହତ ହୋଇଥିବା ମାଓବାଦୀ ରବୀନ୍ଦ୍ର ବୋଲି ପରିଚୟ ମିଳିଥିବା ବେଳେ ସେ ବଲାଙ୍ଗୀର-ବରଗଡ଼ ଡି ସି ଏମ-ଡିଭିଜନ କମିଟି ମେମ୍ବର ସହ ବରଗଡ଼ ଲୋକାଲ ଅର୍ଗାନାଇଜେସନ ମୁଖ୍ୟ ଦାଇତ୍ୱ ରେ ରହିଥିଲେ। ଉକ୍ତ ମାଓବାଦୀ ଉପରେ ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ବର୍ତ୍ତମାନ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି। ଘଟଣା ସ୍ଥଳ ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ଏକେ-୪୭ ଜବତ କରାଯାଇଛି ବୋଲି ସୂଚନା ମିଳିଛି। ସେହିପରି ବଲାଙ୍ଗୀର ଜିଲ୍ଲାର ତୁରେକେଲା ସହ ତିଖାରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମାଓ କାର୍ଯ୍ୟକଳାପ ସହ ନୂତନ ଙ୍କୁ ତାଙ୍କ ସଦସ୍ୟ ରୂପେ କାର୍ଯ୍ୟ କରିବା ନେଇ ସକ୍ରିୟ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।