Odiapua.com

ପାଞ୍ଚ ଜଣଙ୍କୁ କଲିକତା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କଲେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ ୨୬ ଅଗଷ୍ଟ (ଓଡ଼ିଆ ପୁଅ) କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟଦ୍ୱାରା ପାଞ୍ଚ ଜଣଙ୍କୁ କଲିକତା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ମିସ୍ କେସଙ୍ଗ ଡୋମା ଭୁଟିଆ, ଶ୍ରୀ ରବୀନ୍ଦ୍ରନାଥ ସାମନ୍ତ, ସୁଗାଟୋ ମଜୁମଦାର, ବିଭାସ ପଟ୍ଟନାୟକ ଏବଂ ଆନନ୍ଦ କୁମାର ମୁଖାର୍ଜୀ, ବରିଷ୍ଠତା କ୍ରମରେ କଲିକତା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତି ହୋଇଛନ୍ତି।

କଲିକତା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଶ୍ରୀ ସୁଗାଟୋ ମଜୁମଦାର ଏବଂ ବିଭାସ ପଟ୍ଟନାୟକଙ୍କ ନିଯୁକ୍ତି ଦୁଇ ବର୍ଷ ପର୍ଯ୍ୟନ୍ତ ରହିବ ଏବଂ ସେମାନେ ନିଜ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ।

ମିସ୍ କେସଙ୍ଗ ଡୋମା ଭୁଟିଆ, ଶ୍ରୀ ରବୀନ୍ଦ୍ରନାଥ ସାମନ୍ତ ଏବଂ ଆନନ୍ଦ କୁମାର ମୁଖାର୍ଜୀଙ୍କୁ କଲିକତା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟକାଳ ଯଥାକ୍ରମେ ୦୪ ମେ, ୨୦୨୨, ୨୩ ଜୁନ୍, ୨୦୨୩ ଏବଂ ୦୪ ଅଗଷ୍ଟ, ୨୦୨୨ ପର୍ଯ୍ୟନ୍ତ ରହିବ ସେମାନେ ନିଜ କାର୍ଯ୍ୟାଳୟର ଦାୟିତ୍ତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାରୀ ହେବ।