Odiapua.com

ପାଞ୍ଚଟି ପର୍ଯ୍ୟାୟରେ ହେବ ଝାରଖଣ୍ଡ ନିର୍ବାଚନ; ଡିସେମ୍ବର ୨୩ରେ ଗଣତି

ନୂଆଦିଲ୍ଲୀ: ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଦେଇଛନ୍ତି।ନଭେମ୍ବର ୩୦, ଡିସେମ୍ବର ୭, ୧୨, ୧୬ ଏବଂ ୨୦ ତାରିଖରେ ୫ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ।ଡିସେମ୍ବର ୨୩ ତାରିଖରେ ଭୋଟ ଗଣତି ହେବ।ଏବେଠାରୁ ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଯାଇଛି।ଝାରଖଣ୍ଡ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।ରାଜ୍ୟରେ ୧୯ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଥିବା ବେଳେ ୧୩ଟି ଜିଲ୍ଲା ଅଧିକା ଭାବରେ ପ୍ରଭାବିତ।୮୧ ବିଧାନସଭା ଆସନ ବିଶିଷ୍ଟ ଝାରଖଣ୍ଡରେ ଏବେ ବିଜେପି ନେତୃତ୍ୱାଧୀନ ରଘୁବର ଦାସଙ୍କ ସରକାର ଅଛି।ବିଜେପିର ୩୭, ଜେଏମଏମର ୧୯, ଜେବିଏମର ୮ ଏବଂ ବିଜେପି ସହଯୋଗୀ ଏଜେଏସୟୁର ୫ ଜଣ ବିଧାୟକ ଅଛନ୍ତି।-ଦେବଦତ୍ତ ରଥ