Odiapua.com

ପାଚିକା ସହାୟିକାଙ୍କ ଦାବି ପୂରଣ ନେଇ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ସିଆଇଟିୟୁ ପକ୍ଷରୁ ମଧ୍ୟାହ୍ନ ଭୋଜନରେ କାମ କରୁଥିବା ପାଚିକା ସହାୟିକାଙ୍କର ୭ଦଫା ଦାବି ପୂରଣ ନେଇ ଶୋଭାଯାତ୍ରା ଓ ବିକ୍ଷେଭ ପ୍ରଦର୍ଶନ କରାଯାଇଛି । ପାଚିକା ସହାୟିକାମାନଙ୍କୁ ମାସିକ ୨୬ହଜାର ଟଙ୍କା ମଜୁରୀ ଦେବା ପାଇଁ ସରକାରଙ୍କ ନିକଟରେ ନିବେଦନ କରାଯାଇଆସୁଅଛି । ମାତ୍ର ସରକାର ଗତ ୧୬.୧୨.୨୦୨୧ ତାରିଖ ଘୋଷଣା କରିଥିବା ୨ହଜାର ଟଙ୍କା ପରିବର୍ତ୍ତେ ପାଚିକା ସହାୟିକାମାନଙ୍କୁ ୧୪ଶହ ଟଙ୍କା ମଜୁରୀ ଦେଉଛନ୍ତି । ଏହି ମଜୁରୀ ୧୨ମାସ ପରିବତ୍ତେ ୧୦ମାସର ଦିଆଯାଉ ଅଛି । ଆଶାକର୍ମୀ ଭଳି ମଧ୍ୟାହ୍ନ ଭୋଜନ କର୍ମୀ ଓ ସହାୟିକାମାନଙ୍କର ବୟସ ୬୦ ପରିବତ୍ତେ ୬୨ କରାଯିବା, ପ୍ରତ୍ୟେକ ସ୍କୁଲରେ କାମ କରୁଥିବା ପାଚିକାମାନଙ୍କର ବର୍ଷକୁ ୨ଖଣ୍ଡ ଶାଢ଼ୀ ନଚେ ୧୦୦୦ଟଙ୍କା ଦିଆଯିବା ସହିତ ମାସକୁ ହାତ ଧୋଇବା ପାଇଁ ୨୦୦ଟଙ୍କା ସାବୁନ ଖର୍ଚ୍ଚ ଦିଆଯିବା, ସମସ୍ତ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ପକ୍କାଘର ଯୋଜନାରେ ସାମିଲ କରାଯିବା, ଛଟେଇ କରାଯାଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା, ଏଥିସହିତ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲରେ ପୁନଃ ପାଚିକା ନିଯୁକ୍ତି ଦିଆଯିବା ଓ ସମସ୍ତ ପାଚିାକମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରାଯିବା, ସମସ୍ତ ମଧ୍ୟାହ୍ନଭୋଜନ କର୍ମୀମାନଙ୍କୁ ସରକାରୀ ମାନ୍ୟତା, ପ୍ରୋଭଡେଣ୍ଡ ଫଣ୍ଡ, ପେନସନର ବ୍ୟବସ୍ଥା, ବୀମାଭୁକ୍ତ କରିବା ଏବଂ ଅସଂଗଠିତ ଶ୍ରମିକ ରୂପେ ମାନ୍ୟତା ଦିଆଯିବା, ବିଦ୍ୟାଳୟରେ ବିଭିନ୍ନ କାରଣରୁ ଛଟେଇଥିବା ପାଚିକା ସହାୟିକାମାନଙ୍କୁ ପ୍ରଧାନଶିକ୍ଷକମାନେ ଅଦ୍ୟାବଧି ନିଯୁକ୍ତି ଦେଉ ନାହାନ୍ତି ଏହାର ତଦନ୍ତ କରାଯାଇ ସେମାନଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବା ଓ ଶ୍ରମିକ ବିରୋଧି ଶ୍ରମକୋଡ଼କୁ ପ୍ରତ୍ୟାହାର କରାଯିବା ଇତ୍ୟାଦି ଦାବି କରାଯାଇଛି ।

ଏହି ୭ଦଫା ସମ୍ବଳିତ ଦାବିପତ୍ର ତହସିଲଦାର ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଡାକବଂଗଳା ଛକରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକକ୍ରମା କରିଥିଲା । ଏହି ବିକ୍ଷୋଭରେ ସିଆଇଟିୟୁ ତିହିଡ଼ି ବ୍ଲକ କମିଟି ସଭାପତି ଆଇନଜୀବୀ ବିଷ୍ଣୁ ଚରଣ ଦାଶ, ମଳୟ ଭୋଇ, ସୀତା ଦାସ, ବାସନ୍ତୀବେହେରା, ମହେଶ୍ୱର ନାୟକ, ନିର୍ମଳ ଦଳେଇ, ଗୟାଧର ସେଠୀ, ଭାଗବତ ସେନାପତି, ଦିଲୀପ ନାଥ, ସତ୍ୟବ୍ରତ କୁଣ୍ଡ, କରୁଣାକର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ନୟନା ତ୍ରିପାଠୀ, ରଂଜିତା ନାୟକ, ତିଳୋତ୍ତମା ବେହେରା, ଅନ୍ନପୂର୍ଣ୍ଣା ଦାସ, ଜ୍ୟୋତ୍ସ୍ନାରାଣୀ ବାରିକ, ମଂଜୁଲତା ମାଝୀ, ମଂଜୁବାଳା ନାୟକ, ସେବତୀ ସାହୁ, ମନ୍ଦୋଦରୀ ବୋଇତି, ମାଳତୀ ନାୟକ, ପୁଷ୍ପାରାଣୀ ନାୟକ, ମିନତୀ ମିଶ୍ର, ଲକ୍ଷ୍ମୀପ୍ରିୟା ସାହୁ, ଉର୍ବଶୀ ପାଣିଗ୍ରାହୀ, ଶାନ୍ତିଲତା ସେଠୀ, ବାସନ୍ତୀ ମହାଳିକ, କନକ ବାରିକ ପ୍ରମୁଖ ୩୧ ପଞ୍ଚାୟତର ଶତାଧିକ ପାଚିକା ସହାୟିକା ସାମିଲ ହୋଇଥିଲେ ।