Odiapua.com

ପାଗଳ ପୁଅର ବର୍ବର କାଣ୍ଡ; ଠେଙ୍ଗାରେ ମାରିଲା ମାକୁ

କଙ୍କଡ଼ାହାଡ଼,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ଢେଙ୍ଗାରେ ପିଟିପିଟି ନିଜ ଜନ୍ମ କଲା ମାଙ୍କୁ ମାରିଲା ପୁଅ । ଆଜ୍ଞା ହଁ, ଏଭଳି ହତ୍ୟାକାଣ୍ଡ କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗ୍ରାମରେ ଘଟିଛି । ପାଗଳ ପୁଅ ବିଷ୍ଣୁ ଚରଣ ସାହୁ ନିଜ ଜନ୍ମ କଲା ମାଆ ବଇଦେଇ ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି। କେଉଁ କାରଣ ପାଇଁ ହତ୍ୟା କରିଛି ତାହା ଅସ୍ପଷ୍ଟ ଥିବା ବେଳେ ବର୍ତମାନ ଗାଁରେ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଠି ହୋଇଛି । ତେବେ ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଗଳ ପୁଅକୁ ଗିରଫ କରିଛି ।